ଓଡ଼ିଶା
ରାଜ୍ୟ କ୍ୟାବିନେଟର ୨୩ତମ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ୪ ଟି ବିଭାଗର ୫ ଟି ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ୱର ତା-୦୨/୦୮/୨୦୨୫ : ରାଜ୍ୟ କ୍ୟାବିନେଟର ୨୩ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୪ ଟି ବିଭାଗର ୦୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl l
ଜଳସମ୍ପଦ ବିଭାଗର ୧ ଟି, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ( MSME) ବିଭାଗର ୧ ଟି, ଵିଧି ( ଆଇନ) ବିଭାଗର ୨ଟି ଏବଂ ଅର୍ଥ ବିଭାଗର ୧ ଟି ପ୍ରସ୍ତାଵ ଗୃହୀତ ହୋଇଥିଲା l