On the occasion of National Handloom Day 2025, actress Madhuri Dixit Nene has been appointed as the brand ambassador of Odisha Handloom for one year.

ଭୁବନେଶ୍ୱର ୦୭/ଅଗଷ୍ଟ : ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଉପଲକ୍ଷେ ଓଡ଼ିଶା ରାଜ୍ୟ ସରକାର ଭୁବନେଶ୍ବର ଜନତା ମଇଦାନରେ ‘ଏକତା’ ନାମରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ଅସ୍ମିତାକୁ ଉଦ୍ଧାର କରି ତାହାକୁ ପୁନର୍ଜୀବିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ହସ୍ତତନ୍ତ କେବଳ ଆମର ଆର୍ଥିକ ମେରୁଦଣ୍ଡ ନୁହେଁ, ବରଂ ଆମ ଗର୍ବ, ସଂସ୍କୃତି ଓ ଅସ୍ତିତ୍ୱର ଚିହ୍ନ।୨୦୧୫ରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଜାତୀୟ ହସ୍ତତନ୍ତ ଦିବସ ପାଇଁ ଗତ ଦଶ ବର୍ଷରେ ଖଦି ଓ ହସ୍ତତନ୍ତ କ୍ଷେତ୍ରରେ ବିଶେଷ ବୃଦ୍ଧି ଦେଖାଯାଇଛି। ଏହି ସମୟରେ ୧.୫ ଲକ୍ଷ କୋଟି ଟଙ୍କାର ଖଦି ଓ ହସ୍ତତନ୍ତ ସାମଗ୍ରୀ ବିକ୍ରି ହୋଇଛି, ଯାହା ବିକ୍ରିରେ ୩୧୫% ଓ ଉତ୍ପାଦନରେ ୪୦୦% ବୃଦ୍ଧି ପ୍ରଦର୍ଶନ କରିଛି। ଏହି କ୍ଷେତ୍ରରେ ନିଯୁକ୍ତି ହାର ୮୧% ବୃଦ୍ଧି ପାଇଛି, ଯାହା ଏହି ଶିଳ୍ପର ସାମାଜିକ ଓ ଆର୍ଥିକ ଗୁରୁତ୍ୱକୁ ସ୍ପଷ୍ଟ କରେ।ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେ ଓଡ଼ିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ ଏକ ବର୍ଷ ପର୍ଯ୍ୟନ୍ତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର କରିବେ। ଫ୍ରାନ୍ସ, ଜାପାନ, ଆମେରିକା ଓ ସିଙ୍ଗାପୁରରେ ଓଡ଼ିଶା ହସ୍ତତନ୍ତ ସାମଗ୍ରୀର ଚାହିଦା ବଢ଼ିଛି। ଏହି ଦେଶଗୁଡ଼ିକର ଏକ୍ସପୋ ଅନୁଷ୍ଠାନରେ ଓଡ଼ିଶାର ବୁଣାକାରମାନେ ସକ୍ରିୟ ଭାଗ ନେଉଛନ୍ତି। ବୁଣାକାରମାନଙ୍କୁ ମାର୍କେଟିଂ, ଇ-କମର୍ସ ଓ ସାମାଜିକ ନିୟମିତତାରେ ସାହାଯ୍ୟ ପ୍ରଦାନ କରାଯାଉଛି।ରାଜ୍ୟର ୩୦ଟି ଜିଲ୍ଲାରେ ଏକ ଲକ୍ଷ୍ୟ ୩୦ ହଜାର ବୁଣାକାର ଶ୍ରମିକ ନିଯୁକ୍ତ ହୋଇଛନ୍ତି। ଯୁବପିଢିଙ୍କ ମଧ୍ୟରେ ହସ୍ତତନ୍ତ ପ୍ରତି ଆଗ୍ରହ ତିଆରି କରିବା ପାଇଁ ଫେଲୋସିପ୍ ଓ ଇଣ୍ଟର୍ଣ୍ଣସିପ୍ ପ୍ରଦାନ କରାଯିବ। ଓଡ଼ିଶାର ୬ଟି ସ୍ଥାନରେ ଟେକ୍ସଟାଇଲ ପାର୍କ ଥିବା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ପ୍ରତି ସପ୍ତାହରେ ଗୋଟିଏ ଦିନ ଓଡ଼ିଶା ହସ୍ତତନ୍ତ ପୋଷାକ ପିନ୍ଧି ନିଜର କାମ କରନ୍ତୁ। ସ୍ୱଦେଶୀ ଉତ୍ପାଦନ ପ୍ରତି ଭାଲପାଇବା ଓ ଅଧିକରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ଆମ ଅସ୍ମିତାକୁ ମଜବୁତ କରିବାରେ ସମସ୍ତଙ୍କ ଭୂମିକା ଅତ୍ୟନ୍ତ ଜରୁରୀ।