ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତି

AI cameras installed in all government office premises

ଭୁବନେଶ୍ୱର ୧୨/ଅଗଷ୍ଟ : ସରକାରୀ କାର୍ଯ୍ୟଗୁଡିକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଆଜି ସଚିବସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୋଟ ୧୦ଟି ମୁଖ୍ୟ ଦିଗ ଉପରେ ଫୋକସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସୁଥିବା UI ନୋଟ୍‌ଗୁଡିକୁ ତୁରନ୍ତ ଉତ୍ତର ଦେଇ ଆବଶ୍ୟକ ପଦକ୍ଷେପ ନେବା ନେଇ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସହିତ ଅଧିକାରୀମାନେ ନିର୍ଧାରିତ ସମୟରେ ଅଫିସକୁ ଆସନ୍ତି କି ନାହିଁ, ସେଥିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବୈଠକର ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ହେଉଛି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ନଜର ରଖିବା। ଯେଉଁଅଧିକାରୀମାନେ ଭଲ କାମ କରୁନାହାନ୍ତି, ସେମାନଙ୍କ ଉପରେ ବିଭାଗୀୟ ସଚିବ ନଜର ରଖିବେ। ଏହି ଅଧିକାରୀମାନଙ୍କୁ ସୁଧାର ଆଣିବା ପାଇଁ ଏକ ସୁଯୋଗ ଦିଆଯିବ, ଯଦି ସେମାନେ ତାହା ମଧ୍ୟ କରିନାହାନ୍ତି, ତେବେ ସେମାନେ VRS ନେଇପାରିବେ ବୋଲି ସଫା ସନ୍ଦେଶ ଦିଆଯାଇଛି। ତଦୁପରି, ସମସ୍ତ ଜିଲ୍ଲା ସରକାରୀ ଅଫିସରେ AI କ୍ୟାମେରା ସଂସ୍ଥାପନ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହା ମାଧ୍ୟମରେ ସେବା ପ୍ରଦାନରେ ବିଳମ୍ବ ଉପରେ ନଜର ରଖାଯିବ। ଅକ୍ଟୋବର ମାସରୁ ମୁଖ୍ୟମନ୍ତ୍ରୀ ଡାସ ବୋର୍ଡ ଚାଲୁହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। କେନ୍ଦ୍ରୀୟ ଯୋଜନାମାନଙ୍କ ସମୀକ୍ଷା ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳଙ୍କ ଦ୍ୱାରା ହେବ। ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ରାଜସ୍ୱ ବିଭାଗ ମଧ୍ୟ ସମୀକ୍ଷା କରାଯିବ। ସମସ୍ତ ବିଭାଗକୁ ତାଙ୍କ ବିଭାଗୀୟ ଖର୍ଚ୍ଚ ବୃଦ୍ଧି ଉପରେ ଧ୍ୟାନ ଦେବା ଏବଂ ଅଧିକାରୀମାନେ ଫିଲ୍ଡ ଭିଜିଟ ଅନିବାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ମିଳିଛି।

 

 

Related Articles

Back to top button