ଓଡ଼ିଶାମୌସୁମୀ

Orange warning issued for rain in Odisha due to low pressure area: Fishermen advised not to venture into sea

ଭୁବନେଶ୍ୱର ୧୬/ଅଗଷ୍ଟ : ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବ ଫଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୧୮ରୁ ୨୦ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାକୁ ବାରମ୍ବାର ଚେତାବନୀ ଦେଉଛି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଞ୍ଚଳ ଗୁଡ଼ିକୁ ବର୍ଷା ପାଇଁ ବେଶି ସତର୍କ ରଖାଯାଇଛି। ୧୮ ତାରିଖ ପାଇଁ ମାଲକାନଗିରି ଓ କୋରାପୁଟ ଓ ୧୯ ତାରିଖ ପାଇଁ କୋରାପୁଟ ଓ କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଲାଘୁ ଓ ମଧ୍ୟମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଜୋରଦାର ପବନ ଓ ଉତ୍ତେଜିତ ସମୁଦ୍ର ଦେଖାଯିବା ଉପରେ ମତ୍ସ୍ୟଜୀବୀଙ୍କୁ ଏହି ସମୟ ଅବଧିରେ ସମୁଦ୍ରକୁ ନ ଯିବା ପାଇଁ ଚେତାବନୀ ଦିଆଯାଇଛି। ସମୁଦ୍ର ମାର୍ଗରେ ଯାଉଥିବା ନୌକା ଓ ବୋଟଗୁଡିକୁ ମଧ୍ୟ ସତର୍କ ରଖିବାକୁ ଅନୁରୋଧ କରାଯାଇଛି।

Related Articles

Back to top button