ଜାରି ରହିଛି ବି.ଏମ୍.ସିର ଗଣ ସଫେଇ
ଯୋଗଦେଲେ ମାନନୀୟା ମେୟର ଏବଂ ଷ୍ଟାଣ୍ଡିଂ କମିଟି ସଦସ୍ୟ ; ଟିମ୍ ସାନିଟେସନ ଏବଂ ସ୍ଥାନୀୟ କର୍ପୋରେଟରଙ୍କ ସମେତ ବହୁଲୋକଙ୍କ ଯୋଗଦାନ

ଭୁବନେଶ୍ୱର ୨୫/ ୦୮/ ୨୦୨୫: ବର୍ତ୍ତମାନ ଗଣ ସଫେଇକୁ ଆଦର କରୁଛନ୍ତି ସ୍ଥାନୀୟ ବାସିନ୍ଦା l ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଆଜିର ବି.ଏମ.ସି ଆୟୋଜିତ ଖଣ୍ଡଗିରି ବାରି ଗଣ ସଫେଇ କାର୍ଯ୍ୟକ୍ରମରେ । ଆଜି ସକାଳ ୭.୩୦ ମିନିଟ୍ ସମୟରେ ଏହି ଅଞ୍ଚଳରେ କରାଯାଇଥିଲା ଗଣ ସଫେଇ l ହର ଘର ତ୍ରିରଙ୍ଗା ହର ଘର ସ୍ଵଚ୍ଛତା ର ନାରା ଦେଇ କରାଯାଇଛି ଏହି ଅଭିଯାନ l କାନ୍ଥ ରୁ କାନ୍ଥ ସଫେଇ, ମଶା ମରା ତେଲ ଛିଞ୍ଚନ, ବୁଦା ସଫେଇ, ଲାଇଟ୍ ମରାମତି ଇତ୍ୟାଦି କାର୍ଯ୍ୟ ମଧ୍ୟ କରାଯାଇଥିଲା l
ଆଜି ସାମିଲ୍ ହୋଇଥିଲେ ମାନନୀୟl ମେୟର ଶ୍ରୀମତୀ ସୁଲୋଚନା ଦାସ, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାର ଓ କର୍ପୋରେଟର କିରଣ ବାଳା ମାଝି l
ସ୍ଥାନୀୟ ଖଣ୍ଡଗିରି ବାରିର k8,k4,k5 ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଏହାକୁ ସ୍ୱାଗତ କରିବା ସହିତ ସ୍ୱତଃପ୍ରବୃତ୍ତ ହୋଇ ଗଣ ସଫେଇରେ ଯୋଗ ଦେଇଥିଲେ l ଏହିପରି କାର୍ଯ୍ୟ ଆମକୁ ପ୍ରେରଣା ଦେଉଛି, କହିଥିଲେ ଉପସ୍ଥିତ ବରିଷ୍ଠ ନାଗରିକମାନେ l ପରବର୍ତ୍ତୀ ସମୟରେ କର୍ମୀ ଓ କର୍ମଚାରୀମାନେ ସମ୍ ହସ୍ପିଟାଲ ଅଞ୍ଚଳରେ ସଫେଇ କରିଥିଲେ | ସ୍ଥାନୀୟ ନାଗରିକଙ୍କ ସମେତ ପୂର୍ବତନ କର୍ପୋରେଟର ଶ୍ରୀ ଦିଲ୍ଲୀପ ମାଝୀ,ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଏବଂ ଶ୍ରୀ କୈଳାଶ ଚନ୍ଦ୍ର ଦାସ, ଡେପୁଟି କମିଶନର ଶ୍ରୀ ଏନ୍. ଗଣେଶ ବାବୁ ଏହି କାର୍ଯ୍ୟ କ୍ରମକୁ ଆଗେଇ ନେଇଥିଲେ ଲ ନାଗରିକଙ୍କ ସହଯୋଗ ସହିତ ବି ଏମ୍ ସି ସାନିଟେସନ ଉପବିଭାଗ, ସହଭାଗୀ ଅନୁଷ୍ଠାନ ଇତ୍ୟାଦିଙ୍କ ଆଗଭର କୁ ଦେଖି ମେୟର ଶ୍ରୀମତୀ ଦାସ ଖୁସି ପ୍ରକଟ କରିଥିଲେ l