
ଭୁବନେଶ୍ୱର, ଶ୍ରୀମନ୍ଦିର ପରିଚାଳନା କମିଟିଗଠନ ହେଲା । ପରିଚାଳନା କମିଟିରେ ୧୦ ଜଣ ସଦସ୍ୟ ଅଛନ୍ତି। ଏମାନେ ହେଲେ, ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୂସୁଦନ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବର ଦାସମହାରାଜ, ଗିରୀଶ ଚନ୍ଦ୍ର ମୁର୍ମୁ, ଏ.କେ ସାବତ ଓ ମହେଶ କୁମାର ସାହୁ ।
ମନ୍ଦିରର ନିତିକାନ୍ତି କୁ ନେଇ ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ପ୍ରକ୍ରିୟା ଗୁଡ଼ିକୁ ସୁପରିଚାଳନା ନେଇ ଏହା ସହାୟକ ହେବ। ବିଶେଷକରି ରତ୍ନଭଣ୍ଡାରର ଆଗକୁ ଯେଉଁ କାମ ଅଛି ଯେପରିକି ଅଳଙ୍କାର ସ୍ଥାନାନ୍ତରଣ,ଗଣତି ମନତି,ଧାଡ଼ି ଦର୍ଶନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଏହି ସବୁ କାମ ପାଇଁ ପରିଚଲନା କମିଟି ହେବା ପରେ ଏସବୁକୁ ତ୍ୱରାନିତ ଗତିରେ କାମ କରିବା ପାଇଁ ସୁବିଧା ହେବ।
ସୁରକ୍ଷା ବ୍ୟବସ୍ଥା ନେଇ ସରକାର ଙ୍କ ନିଷ୍ପତି ଅଛି ସେ ବାଟାଲିୟନଠୁ ନେଇ ଡ୍ରୋନ ବାବଦରେ ନିଷ୍ପତି ହେଉ କି ଯେଉଁମାନେ ହିଡେନ୍ କ୍ୟାମେରା ନେଇ ମନ୍ଦିର କୁ ଯାଉଛନ୍ତି, ସେ ନେଇ ହେଉ ଏସବୁ ବାବଦରେ ପଦକ୍ଷେପ ନିଆଯିବ।ସରକାର ଯେଉଁ ସବୁ ନିଷ୍ପତି ନେବାକୁ ବସିଛନ୍ତି ସେଥିରେ ପରିଚାଳନା କମିଟିର ପ୍ରମୁଖ ଭୂମିକା ରହିଛି ।
ଆସନ୍ତା ୧୫ ତାରିଖ ସୁଦ୍ଧା ଧାଡି ଦର୍ଶନର ପ୍ରକ୍ରିୟା ଆରମ୍ଭ ହେବ। ପରିଚାଳନା କମିଟି ଗଠନ ପରେ ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ଏକ ସୁପାରିସ କରିବେ।
ରାଜ୍ୟସରକାର ତାହାକୁ ଅନୁମତି ଦେବା ପରେ କାମ କରିବା ପାଇଁ ସୁବିଧା ହେବ। ଯାହା ସବୁ ବାକି ରହି ଯାଇଛି ତାହା ଆଗକୁ ଖୁବଶୀଘ୍ର କରାଯିବ। ଓଡ଼ିଶାର ଜଣାଶୁଣା ଥିବା ଲୋକମାନଙ୍କୁ ନିଆଯାଇଛି ଏହି କମିଟିରେ।