ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ ନାହିଁ। ତାଙ୍କ ସ୍ଥାନରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର UNGA ରେ ଭାରତକୁ ପ୍ରତିନିଧିତ୍ୱ କରିବେ।
ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ପ୍ରକାଶିତ ବକ୍ତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟଙ୍କ ନାମ ଅନ୍ତର୍ଭୁକ୍ତ। UNGA ର 80ତମ ଅଧିବେଶନରେ ଉଚ୍ଚସ୍ତରୀୟ ସାଧାରଣ ବିତର୍କ ସେପ୍ଟେମ୍ବର 23 ରୁ 29 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ପ୍ରଧାନମନ୍ତ୍ରୀ ମୋଦୀଙ୍କ UNGA ରେ ଯୋଗ ନଦେବା ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଜୋରିମାନା ବା Tariff ଲଗାଇଛନ୍ତି, ଯାହା ପରେ ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି।
ବ୍ରାଜିଲ ପାରମ୍ପାରିକ ଭାବରେ ଅଧିବେଶନ ଖୋଲିବ, ତା‘ପରେ ଆମେରିକା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନାମ ମଧ୍ୟ ଏହି ଅଧିବେଶନରେ ସାମିଲ ହୋଇଥିଲା। ଭାରତ ସେପ୍ଟେମ୍ବର 27 ତାରିଖ ସକାଳେ ସାଧାରଣ ସଭାକୁ ସମ୍ବୋଧିତ କରିବ। ଏହି ଅଧିବେଶନରେ, ପ୍ରଧାନମନ୍ତ୍ରୀଙ୍କ ବଦଳରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ। ଜାତିସଂଘ ମୁଖ୍ୟାଳୟରେ ବର୍ଷର ସବୁଠାରୁ ବ୍ୟସ୍ତ କୂଟନୈତିକ ଅଧିବେଶନ ଭାବରେ ବିବେଚିତ ଏହି ଉଚ୍ଚସ୍ତରୀୟ ଅଧିବେଶନ ପ୍ରତିବର୍ଷ ସେପ୍ଟେମ୍ବରରେ ଆରମ୍ଭ ହୁଏ। ଏହି ବର୍ଷ ଅଧିବେଶନ ଇସ୍ରାଏଲ-ହମାସ ବିବାଦ ଏବଂ ୟୁକ୍ରେନ-ରୁଷ ବିବାଦ ଉପରେ ଧ୍ୟାନ ଦେବ, ଯାହା ଏହାକୁ ଗୁରୁତ୍ୱପୂର୍ଣ୍ଣ କରିଥାଏ।