Breaking Newsଜାତୀୟଜୀବନଶୈଳୀ

ପୁଣି ମହଙ୍ଗା ହେଲା ସୁନା ।

 ଭୁବନେଶ୍ୱର , ଆଜି ସୁନାର ମୂଲ୍ୟ 65 ଟଙ୍କାରୁ ବୃଦ୍ଧି ପାଇ 8700 ଟଙ୍କା ହୋଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇଛି, ଯାହା ପୂର୍ବ ଦିନ ତୁଳନାରେ ବହୁତ ଅଧିକ। ଆସନ୍ତୁ ଜାଣିବା ଆଜି ସହର ଅନୁଯାୟୀ ସୁନା ଦର ତାଲିକା ।,ଟ୍ରମ୍ପ ଟାରିଫ୍ ବିବାଦ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନବାଜି ଏବଂ GST ହାର ପରିବର୍ତ୍ତନ ମଧ୍ୟରେ ଆଜି ପୁଣି ଥରେ ମହଙ୍ଗା ହେଲା ସୁନା ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୯,୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୮ ହଜାର ୪୯୦ ଟଙ୍କା ରହିଛି । ଗତକାଲି ଅର୍ଥାତ ଶନିବାର ଅପେକ୍ଷା ରବିବାର ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।ରାଜଧାନୀ ଭୁବନେଶ୍ୱରରେ, ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୯,୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୮ ହଜାର ୪୯୦ ଟଙ୍କା ରହିଛି । ଭୁବନେଶ୍ବରରେ ଗତକାଲି ଅପେକ୍ଷା ଆଜି ଦରରେ ପରିବର୍ତ୍ତନ ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୯,୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୮ ହଜାର ୪୯୦ ଟଙ୍କା ରହିଛି ।ରାଜଧାନୀ ଦିଲ୍ଲୀରେ ସୁନା ଦର ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୯,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୮ ହଜାର ୬୨୦ ଟଙ୍କା ରହିଛି ।

Related Articles

Back to top button