ଅନ୍ୟାନ୍ୟବିଜ୍ଞାନ ଓ ପ୍ରଯୁକ୍ତି

ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍।

ଭୁବନେଶ୍ୱର,ଗତ କିଛି ବର୍ଷ ଧରି ପ୍ରଶ୍ନପତ୍ର ଲିକ୍ ନେଇ ଖବର ଆସୁଥିବା ବେଳେ ଏହାଦ୍ବାରା ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହେଉଛନ୍ତି। ପ୍ରଶ୍ନପତ୍ର ଲିକ୍ ପାଇଁ ପରୀକ୍ଷା ବାତିଲ୍ ହେଉଥିବାରୁ ନିରାଶ ହେଉଛନ୍ତି ଛାତ୍ରଛାତ୍ରୀ। ବାରମ୍ବାର ଏଭଳି ହେଉଥିବା ନେଇ ନଜରକୁ ଆସିବା ପରେ ଏବେ ଏହାର ସମାଧାନର ବାଟ ବାହାର କରିଛନ୍ତି ସରକାର। ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ଏସଓପି ଆଣିଛନ୍ତି ସରକାର।ନିଯୁକ୍ତି ପରୀକ୍ଷା କିମ୍ବା ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା କରିବା ସମୟରେ ଏସଓପି କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ବିଭାଗର ମୁଖ୍ୟ, ସମସ୍ତ ଜିଲ୍ଲପାଳ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଦେଇ ଏବିଷୟରେ ଜଣାଇଛନ୍ତି। ବିଭିନ୍ନ ନିଯୁକ୍ତି ସଂସ୍ଥା ଏପରି ପରୀକ୍ଷା ପରିଚାଳନା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ଅନୁସରଣ କରନ୍ତି, ଯାହାଦ୍ବାରା ପ୍ରାୟତଃ ପ୍ରକ୍ରିୟାରେ ତ୍ରୁଟି ଥିବ‌ା ନେଇ ଅଭିଯୋଗ ହୁଏ। ଏବେ ସରକାର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି।

ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତରେ, ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନ ପତ୍ର ପ୍ରିଣ୍ଟିଂ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରଶ୍ନପତ୍ର ଲିକ୍ ରୋକିବାଠୁ ଆରମ୍ଭ କରି ପରୀକ୍ଷା ହଲ୍‌ରେ ସୁରକ୍ଷା ଯାଏ ସମସ୍ତ ପ୍ରକାର ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି ହେବ। ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରକୁ ଆଣିବା ଯାଏ ବରିଷ୍ଠ ଅଧିକାରୀମାନେ ଦାୟିତ୍ଵରେ ରହିବେ। ପରୀକ୍ଷା କେନ୍ଦ୍ରରେ କୃତ୍ରିମ ବୁଦ୍ଧିମତା(ଏଆଇ)ଟୁଲ୍‌ର ବ୍ୟବହାର କରାଯିବ। ଏହା ସହ ପରୀକ୍ଷା କେନ୍ଦ୍ରର ସିସିଟିଭି ଲାଇଭ ଷ୍ଟ୍ରିମ୍ କଣ୍ଟ୍ରୋଲ ଓକାକ୍ କିମ୍ବା ଏନ୍‌ଆଇସି ପାଖରେ ରହିବ।

Related Articles

Back to top button