ଅନ୍ତର୍ଜାତୀୟମନୋରଞ୍ଜନସ୍ୱାସ୍ଥ୍ୟ

ହଲିଉଡ୍ ଗାୟିକା ରିହାନା ଦେଲେ ଖୁସି ଖବର

 ଭୁବନେଶ୍ୱର, ଗାୟିକା ତୃତୀୟ ଥର ପାଇଁ ମାଆ ହୋଇଛନ୍ତି। ସେ ସୋସିଆଲ ମିଡିଆରେ କନ୍ୟା ସନ୍ତାନର ଫଟୋ ସେୟାର କରିଛନ୍ତି। ରିହାନା ସେପ୍ଟେମ୍ବର ୧୩ ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।ରିହାନା ତାଙ୍କ କନ୍ୟାକୁ ଧରିଥିବାର ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ, ଝିଅକୁ କୋଳରେ ଧରି ବସିଛନ୍ତି ରିହାନା । ରିହାନା ତାଙ୍କ ଝିଅର ନା’ ରକି ଆଇରିଶ୍ ମେୟର୍ସ ରଖିଛନ୍ତି। ଉଭୟ ମା ଏବଂ ଝିଅ ଗୋଲାପୀ ପୋଷାକ ପିନ୍ଧିଥିବା ଫୋଟରେ ଦେଖିବାକୁ ମିଳିଛି ।

ରିହାନା ଏବଂ ରକି 2022 ମସିହାରେ ପ୍ରଥମ ଥର ପାଇଁ ମା’ ହୋଇଥିଲେ। ତା’ପରେ ରିହାନା 2023 ମସିହାରେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ, ଏବଂ ଏବେ ସେ ତୃତୀୟ ସନ୍ତାନ। ପ୍ରଥମ ଥର ପାଇଁ ମା ହେବା ପରଠାରୁ ରିହାନା ବହୁତ ଖୁସି ଅଛନ୍ତି।ସେ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପୁଅର ନାମ ପ୍ରକାଶ କରିନଥିଲେ। ଗୋଟିଏ ବର୍ଷ ପରେ, ସେ ପ୍ରକାଶ କଲେ ଯେ ଶିଶୁର ନାମ RZA। ରିହାନା ଏବଂ ରକି ପରଫେକଟ କାପୂଲଙ୍କ ମଧ୍ୟରୁ ଜଣେ।

ସେମାନଙ୍କର ପ୍ରଥମ ଭେଟ 2012 MTV ମ୍ୟୁଜିକ୍ ଭିଡିଓ ସମୟରେ ହୋଇଥିଲା । ସେମାନେ ସେହି ସମୟରେ ରିହାନାଙ୍କ ଗୀତ “କକିନେସ୍ (ଲଭ୍ ଇଟ୍)” ର ଏକ ରିମିକ୍ସ ପରିବେଷଣ କରିଥିଲେ, ଯାହା ସେମାନଙ୍କ ବନ୍ଧୁତାକୁ ଆହୁରି ମଜବୁତ କରିଥିଲା।

Related Articles

Back to top button