
ଭୁବନେଶ୍ୱର,ଆସନ୍ତାକାଲି ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସରକାରୀ ସ୍ତରରେ ଜାରି ରହିଛି ଜୋରଦାର ପ୍ରସ୍ତୁତି। ଗତକାଲି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗ୍ରାଉଣ୍ଡଜିରୋକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି।
ବିଜେପି ପାର୍ଟି ଅଫିସରେ ଅନୁଷ୍ଠିତ ବୈଠକରେ ଯୋଗଦେବା ପରେ ଅମଲିପାଲିକୁ ଯାଇ ସମୀକ୍ଷା କରିଥିଲେ।
ଦଳୀୟ ଅଫିସରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ଜୁଏଲ ଓରାମ, ପ୍ରଦୀପ ପୁରୋହିତ, ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସେଠାରୁ ଅମଲିପାଲି ଯାଇଥିଲେ ସିଏମ୍। କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଅମଲିପାଲିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଯୁବ ସମାବେଶକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି।