ଇଜିପ୍ଟରେ କରାଯିବ ସମାଧାନ ।

ଭୁବନେଶ୍ୱର,ଇଜିପ୍ଟରେ ପରସ୍ପରକୁ ଭେଟିବେ ଇସ୍ରାଏଲ ଓ ହମାସର ନେତୃବୃନ୍ଦ । ଯୁଦ୍ଧ ବନ୍ଦ ହେବା ନେଇ ଖୁବଶୀଘ୍ର ଆସିପାରେ ବଡ ନିଷ୍ପତ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଇସ୍ରାଏଲ ଓ ହମାସ ଇଜିପ୍ଟରେ ଶାନ୍ତି ଚୁକ୍ତି ନେଇ କଥା ହେବାକୁ ଯାଉଛନ୍ତି । ଏଥିରେ ଦୁଇ ଦେଶ ଭିତରେ ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବେ । ହମାସ ତରଫରୁ ଖଲିଲ ଅଲ ହାୟାୟା ମୁଖ୍ୟ ଭାବେ ଏଥିରେ ଯୋଗ ଦେବେ ବୋଲି ସଂଗଠନ ସୂଚନା ଦେଇଛି ।
ତେବେ ସେହିପରି ଇସ୍ରାଏଲ ତରଫରୁ ବେଞ୍ଜାମିନ ନେତାନ୍ୟାହୁ ନେତୃତ୍ୱ ନେଇପାରନ୍ତି ବୋଲି କୁହାଯାଉଛି । ଏହାରି ଭିତରେ ମଧ୍ୟ ଗାଜା ଉପରେ ଆକ୍ରମଣ ଚଲାଇଛି ଇସ୍ରାଏଲ ସେନା ଏଥିରେ ୨୪ ପାଲେଷ୍ଟିନୀୟ ବାସୀଙ୍କ ଜୀବନ ଯାଇଛି ।
ଯୁଦ୍ଧକୁ ୨ ବର୍ଷ ବିତିସାରିଛି ।ଏହାରି ଭିତରେ ଗାଜାର ୬୭ ହଜାର ୧୩୯ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୧ ଲକ୍ଷ ୬୯ ହଜାର ୫୮୩ ଜଣ ଲୋକ ଆହତ ହୋଇଛନ୍ତି । ଏପରିକି ଅନେକ ଲୋକ ପୋତି ହୋଇ ରହିଥିବାର ଅନୁମାନ କରାଯାଉଛି ।
୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣ ପରେ ହିଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ହମାସ ଇସ୍ରାଏଲ ଦେଶର ୨୫୧ ଜଣ ଲୋକଙ୍କୁ ବନ୍ଦୀ କରିନେଇଥିଲା ।