ଅନ୍ତର୍ଜାତୀୟରାଜନୀତି
ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭୁବନେଶ୍ୱର,ରୁଷ ରାଷ୍ଟ୍ରପତି ପୁଟିନଙ୍କୁ କଲ୍ କରି ୭୩ତମଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥି ସହ ପୁଟିନଙ୍କୁ ସୁସ୍ଥତା ଓ ସମସ୍ତ କାର୍ଯ୍ୟରେ ସଫଳତା ପାଇଁ ବି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।
ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
କଥାବାର୍ତ୍ତା ବେଳେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ଅଗ୍ରଗତି ସମୀକ୍ଷା କରିଥିଲେ। ଭାରତ ଓ ରୁଷ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ନେଇ ପ୍ରତିବଦ୍ଧତାକୁ ଦୋହରାଇଥିଲେ ମୋଦି ଓ ପୁଟିନ୍।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ଭାରତରେ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି।
ଆସନ୍ତା ଡିସେମ୍ବର ୫ ତାରିଖରେ ପୁଟିନ୍ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ନିକଟରେ ସେପ୍ଟେମ୍ବର ୧୭ ତାରିଖରେ ପିଏମ୍ ମୋଦିଙ୍କୁ ଜନ୍ମଦିନରେ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ ରୁଷ୍ ରାଷ୍ଟ୍ରପତି ପୁଟିନ୍।