ଅନ୍ୟାନ୍ୟରାଜନୀତି

ପ୍ରାର୍ଥୀ ଚୟନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଗଢିଛନ୍ତି କୋର କମିଟି।

 ଭୁବନେଶ୍ୱର ,ବଢିଲା ବିଜେଡି ଟେନସନ୍। ମିଳୁନାହାଁନ୍ତି ପ୍ରାର୍ଥୀ, ସମର୍ଥକ ଫେରାଇଲେଣି ମୁହଁ। ବିଜେଡିର ସିଟ୍ ଥିବା ନୂଆପଡା ପାଇଁ, ବିଜେଡି ପାଉନି ପ୍ରାର୍ଥୀ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରି ସିମ୍ପାଥି ସାଉଁଟି ଉପନିର୍ବାଚନ ବୈତରଣୀ ପାର ହେବାକୁ ଦଳ ଲକ୍ଷ୍ୟ ରଖିଥିଲା। ମାତ୍ର ଜୟ ହଠାତ୍ ପଦ୍ମ ପୋଖରୀକୁ ଡେଇଁବା ପରେ ବିଜେଡିକୁ ଲାଗିଛି ବଡ ଝଟକା।

ନୂଆପଡା ପ୍ରାର୍ଥୀ ଚୟନ ଓ ନିର୍ବାଚନ ବ୍ଲୁ ପ୍ରିଣ୍ଟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା କୋର କମିଟି ବୈଠକ। ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରି ସଂସଦୀୟ କମିଟିକୁ ପଠାଯାଇଛି। ଯାହାକୁ ଖୁବ ଶୀଘ୍ର ମୋହର ମାରିବ କମିଟି।  ସେହିପରି କଂଗ୍ରେସ କହିଛି ବିଜେଡି ପାଖେ ପ୍ରାର୍ଥୀ ନଥିବାରୁ ସେ ଭୋଟ୍ କଂଗ୍ରେସ ଖାତାକୁ ଆସିବ। ପ୍ରାର୍ଥୀ ଚୟନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଗଢିଛନ୍ତି କୋର କମିଟି।

ଏଥିରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ଓ ବିଶ୍ବ ମଲ୍ଲିକଙ୍କ ଭଳି ନେତା। ଏମାନେ ନୂଆପଡା ଯାଇ ସେଠାକାର ନକ୍ସା ପଢି, ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। ଆଜି ସୁଦ୍ଧା ନବୀନଙ୍କୁ ଦେବେ ସମ୍ଭାବ୍ୟ ତାଲିକା।

ବିଜେଡି ପ୍ରାର୍ଥୀ ରେସରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି । ତେବେ ସେ ଏବେ ବି ଦଳରୁ ନିଲମ୍ବିତ ହୋଇ ଅଛନ୍ତି ।

Related Articles

Back to top button