ଓଡ଼ିଶାରାଜନୀତି

ମହିଳାମାନଙ୍କ ପାଇଁ ଖୁସି ଖବର।

 ଭୁବନେଶ୍ୱର ,ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା।

ଏହି ଯୋଜନା ମାଧ୍ୟମରେ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର। ୪ ବର୍ଷରେ ୧୧୦୦ ମହିଳାଙ୍କୁ ଦିଆଯିବ କାର୍। ଏହି କାରକୁ ଟ୍ୟାକ୍ସି ଭାବେ ବ୍ୟବହାର କରିବେ ମହିଳା।

ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦିଆଯିବ କାର। ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଜଣଙ୍କୁ ଦିଆଯିବ କାର୍। ଚତୁର୍ଥ ବର୍ଷରେ ୩୫୦ ଜଣ ମହିଳାଙ୍କୁ ଦିଆଯିବ ଗାଡ଼ି।ଗାଡ଼ି ନେବାବେଳେ ୧ ଲକ୍ଷ ଟଙ୍କା ଦେବେ ମହିଳା। ବାଣିଜ୍ୟ ଓ ପରିବହନ ବିଭାଗ ଦେବ ଏହି ଟଙ୍କା।

ବାକି ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆକାରରେ ମିଳିବ। ଗାଡ଼ି କିଣିବାର ୩ ମାସ ପରେ ଆରମ୍ଭ ହେବ ଋଣ ପରିଶୋଧ ପ୍ରକ୍ରିୟା। ସୁଧ ବାଣିଜ୍ୟ ଓ ପରିବହନ ବିଭାଗ ସୁଝିବ।ଗାଡ଼ି ଚାଳକଙ୍କ ବୀମା ବାବଦରେ ୧ ହଜାର ଟଙ୍କା ଦେବେ ସରକାର। ଗାଡ଼ି କିଣିବା ବାବଦରେ ଖର୍ଚ୍ଚ ହେବ ୧୧୦ କୋଟି। ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେବା ପାଇଁ ଗଠନ ହେବ ଷ୍ଟିୟରିଂ କମିଟି। ପୂର୍ବ ସରକାରଙ୍କ ସ୍କୁଟି ଯୋଜନାର ବଦଳିବ ରୂପରେଖ।

ପ୍ରତି ୩ ମାସରେ ଥରେ ମହିଳାଙ୍କ ଆୟର ହିସାବ କରିବେ ସରକାର।

Related Articles

Back to top button