
ଭୁବନେଶ୍ୱର, ମାଳଦ୍ୱୀପ ମୁଦ୍ରା କେବଳ ଆର୍ଥିକ ଗୁରୁତ୍ୱ ବହନ କରେ ନାହିଁ ବରଂ କଳା ଏବଂ ସଂସ୍କୃତିର ପ୍ରତୀକ ମଧ୍ୟ ଅଟେ। ଏହାର ନୋଟ୍ ଏବଂ ମୁଦ୍ରା ସାମୁଦ୍ରିକ ଜୀବନ, ପାରମ୍ପରିକ ମାଛ ଧରିବା ଏବଂ ମାଳଦ୍ୱୀପର ସାଂସ୍କୃତିକ ପରିଚୟକୁ ଦର୍ଶାଏ। ଯେହେତୁ ମାଳଦ୍ୱୀପ ଭାରତ ମହାସାଗରର ହୃଦୟରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର, ତେଣୁ ଏହାର ମୁଦ୍ରାରେ ସାମୁଦ୍ରିକ ବିଷୟବସ୍ତୁ ସହିତ ଜଡ଼ିତ ଥିମ, ଯେପରିକି ମାଛ, ବିଭିନ୍ନ ଚିତ୍ର, ଜଳକ୍ରୀଡା ଏବଂ ନୌବାହନ ଭଳି ଝଲକ ଦେଖିବାକୁ ମିଳେ ।
ମାଳଦ୍ୱୀପର ସରକାରୀ ମୁଦ୍ରାର ନାମ ହେଉଛି ମାଲଦ୍ୱୀବିୟାନ ରୁଫିଆ ଯାହାକୁ ସଂକ୍ଷିପ୍ତ ଭାବରେ MVR କୁହାଯାଏ। ଏହି ନାମ ସଂସ୍କୃତ ଶବ୍ଦ ରୂପ୍ୟରୁ ଆସିଛି, ଯାହାର ଅର୍ଥ ରୂପା ବା ଚାନ୍ଦି। ମାଲଦ୍ୱୀବିୟାନ ରୁଫିଆକୁ ଦେଶର ମାଳଦୀପ ମନିଟରୀ ଅଛରିଟି ନିୟନ୍ତ୍ରଣ କରେ । ଯାହା ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ମାଳଦ୍ୱୀପ ମୁଦ୍ରା ପ୍ରାଧିକରଣ (MMA), ଟଙ୍କା ଯୋଗାଣ, ବିନିମୟ ହାର ଏବଂ ଆର୍ଥିକ ସ୍ଥିରତା ତଦାରଖ କରେ।
ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ଲୋକପ୍ରିୟ ଏବଂ ବିଳାସପୂର୍ଣ୍ଣ ଯାତ୍ରା ଗନ୍ତବ୍ୟସ୍ଥଳ ହେଉଛି ମାଳଦ୍ୱୀପ। ପ୍ରତିବର୍ଷ, ହଜାର ହଜାର ଭାରତୀୟ ଏହିଠାରେ ଛୁଟି ମନେଇବାକୁ, ହନିମୁନ କରିବାକୁ ଏବଂ ବେଳାଭୂମିରେ ଆରାମ ପାଇଁ ଦେଶକୁ ଆସନ୍ତି।
କିନ୍ତୁ ଅନେକ ଲୋକ ଭାବନ୍ତି ଯେ ମାଳଦ୍ୱୀପରେ ଭାରତୀୟ ଟଙ୍କାର ମୂଲ୍ୟ କେତେ। ଆସନ୍ତୁ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପୂର୍ଣ୍ଣ ମୁଦ୍ରା ମୂଲ୍ୟ ପାର୍ଥକ୍ୟ ଜାଣିବା।ଭାଇସ୍ ଡଟ୍ କମ୍ ର ଏକ ରିପୋର୍ଟ ଅନୁଯାୟୀ, 1 ମାଳଦ୍ୱୀପର ରୁଫିଆର ମୂଲ୍ୟ ଭାରତୀୟ ମୁଦ୍ରା ତୁଳନାରେ 5 ଟଙ୍କା 77 ପଇସା ଅଟେ। ତେଣୁ, ଯଦି ଜଣେ ଭାରତୀୟ ମାଳଦ୍ୱୀପ ଯାତ୍ରା କରନ୍ତି ଏବଂ 1 ଲକ୍ଷ ଟଙ୍କା ରୋଜଗାର କରନ୍ତି, ତେବେ ଭାରତ ଫେରିବା ପରେ ଏହା 5 ଲକ୍ଷ 77 ହଜାର 71 ଟଙ୍କା ହୋଇଯିବ। ମାଳଦ୍ୱୀପରେ ଏକ ଭାରତୀୟ ଟଙ୍କାର ମୂଲ୍ୟ ମାତ୍ର 17 ପଇସା। ତେଣୁ, ଯଦି ଜଣେ ଭାରତୀୟ 1 ଲକ୍ଷ ଟଙ୍କା ନେଇ ମାଳଦ୍ୱୀପ ଯାତ୍ରା କରନ୍ତି, ତେବେ ଏହାର ମୂଲ୍ୟ ମାତ୍ର 17 ହଜାର 329 ମାଳଦ୍ୱୀପ ରୁଫିଆକୁ ହ୍ରାସ ପାଇବ।