ଅଷ୍ଟ୍ରେଲିଆକୁ କାହିଁକି କମ୍ ଟାର୍ଗେଟ

ଭୁବନେଶ୍ୱର ,ପର୍ଥରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ, ବର୍ଷା ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁଁ ବହୁତ ସମୟ ନଷ୍ଟ ହୋଇଥିଲା, ଯାହା ଫଳରେ ପ୍ରତି ଇନିଂସରେ ଓଭର ୨୬କୁ ହ୍ରାସ ପାଇଥିଲା। ରୋହିତ ଶର୍ମା, ବିରାଟ କୋହଲି ଏବଂ ଅଧିନାୟକ ଶୁଭମନ ଗିଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍କୋର କରିପାରି ନଥିଲେ।ଭାରତୀୟ ଦଳ କେବଳ ୧୩୬ ରନ୍ କରିପାରିଥିଲା, ଯେତେବେଳେ ଅଷ୍ଟ୍ରେଲିଆକୁ କେବଳ ୧୩୧ ରନ୍ ର ଟାର୍ଗେଟ ଦିଆଯାଇଥିଲା।
ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୬ ଓଭରରେ ୧୩୬ ରନ୍ କରିବା ପାଇଁ ସଂଘର୍ଷ କରିଥିଲା, ଯେଉଁଥିରେ କେଏଲ ରାହୁଲ ସର୍ବାଧିକ ୩୮ ରନର ଯୋଗଦାନ ଦେଇଥିଲେ। ଅକ୍ଷର ପଟେଲ ୩୧ ରନ୍ କରିଥିଲେ, ଏବଂ ଡେବ୍ୟୁଟାଣ୍ଟ ନୀତିଶ କୁମାର ରେଡ୍ଡୀ ୧୯ ରନ୍ କରି ଅପରାଜିତ ରହିଥିଲେ।ଭାରତୀୟ ଇନିଂସ ୧୩୬ ରେ ଶେଷ ହୋଇଥିଲା, କିନ୍ତୁ ଡକୱର୍ଥ-ଲୁଇସ୍ ନିୟମ କାରଣରୁ ଅଷ୍ଟ୍ରେଲିଆକୁ ୧୩୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ DLS ନିୟମ ମଧ୍ୟ ବାକି ଥିବା ଓଭର ଏବଂ ବାକି ଥିବା ୱିକେଟ୍ ଉପରେ ନିର୍ଭର କରେ।ଭାରତୀୟ ଦଳ ନଅଟି ୱିକେଟ୍ ହରାଇଥିଲା, ଏହା ଅଷ୍ଟ୍ରେଲିଆର ହ୍ରାସ ପାଇଥିବା ଲକ୍ଷ୍ୟର ଏକ କାରଣ ଥିଲା। ଯଦି ଭାରତୀୟ ଦଳ ନିର୍ଦ୍ଧାରିତ ୨୬ ଓଭର ପୂର୍ବରୁ ଅଲଆଉଟ୍ ହୋଇଥାନ୍ତା, ତେବେ ଅଷ୍ଟ୍ରେଲିଆକୁ ୧୩୧ ରନରୁ ମଧ୍ୟ କମ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରିଥାନ୍ତା।