ଅନ୍ୟାନ୍ୟରାଜନୀତି

ଲଢେଇ ପାଇଁ ସରଗରମ ନୂଆପଡ଼ା।

ଭୁବନେଶ୍ୱର,ଲଢେଇ ପାଇଁ ସରଗରମ ନୂଆପଡ଼ା।ଫୋକସର ଭୋଟରଙ୍କ ମୁଡ୍।ତିନି ଦଳ ପକ୍ଷରୁ ସ୍ବତନ୍ତ୍ର ପ୍ରଚାର ରଣନୀତି ପ୍ରସ୍ତୁତ କରାଯାଇଛି।ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୪ ତାରିଖ। ଫୋକସର ଭୋଟରଙ୍କ ମୁଡ୍। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଉ କିଛି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

ଆସନ୍ତା ୨୨ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ।ସେପଟେ ନାମାଙ୍କନ ପ୍ରକ୍ରିୟା ସରୁ ସରୁ ନିର୍ବାଚନ ମଇଦାନରେ ପ୍ରଚାରକୁ ଜୋରଦାର୍ କଲେଣି ବିଜେପି, ବିଜେଡ଼ି ଓ କଂଗ୍ରେସ ।   ବିଜେଡି ସିଟକୁ ନିଜ ଦଖଲକୁ ନେବା ଲାଗି ଶାସକ ବିଜେପି ସବୁ କୌଶଳ ଆପଣାଇବା ସହିତ ବିକାଶ କୁ ମୁଖ୍ୟ ମୁଦ୍ଦା କରିବ।ଜୟ ଢୋଲକିଆ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହେବା ପରେ ବିଜେଡି ପାଇଁ ବଢିଛି ଟେନସନ୍ ବଢିଛି। ସ୍ନେହାଙ୍ଗିନୀ ଜିଲ୍ଲା ବାହାର ନେତ୍ରୀ ହୋଇଥିବାରୁ ତାଙ୍କୁ ଜିତାଇବାକୁ ଦଳର ତୁଙ୍ଗ ନେତୃବୃନ୍ଦ ନୂଆପଡ଼ାରେ ପୁରା ଦମ ଲଗାଇଦେଇ ଛନ୍ତି।

ସେପଟେ ଉଭୟ ବିଜେପି ଓ ବିଜେଡ଼ି ଏକ ହୋଇ ଲଢୁଥିବା କଥାକୁ ରାଜନୈତିକ ପ୍ରସଙ୍ଗ କରିଛି କଂଗ୍ରେସ। ବିଜେପି ପାଇଁ ଓଡ଼ିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ପୁଞ୍ଜି ହୋଇଥିବା ବେଳେ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ବାଜିରେ ଲଗାଇଛି।  ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବଡ ପ୍ରତିକ୍ରିୟା ଦେଇ କହିଛନ୍ତି, ନୂଆପଡ଼ାରେ ଆମେ ଜିତିବୁ। କଂଗ୍ରେସକୁ ଚେକ୍ ଦେବାକୁ ବିଜେଡିକୁ ରାଜ୍ୟର ବଞ୍ଚାଇ ରଖିଛି ବିଜେପି। ନଚେତ୍ ବିଜେଡ଼ି ଲୋପ ପାଇ ଯିବ। ବିଜେଡି କହିଛି ବିଜେପିର ବାହାସ୍ପୋଟ ରହିବନି। ନବୀନ ବାବୁଙ୍କ ଲୋକପ୍ରିୟତାରେ ହାରିଯିବ ଶାସକ ଦଳ ।

Related Articles

Back to top button