Breaking Newsମୌସୁମୀ

ଗୋପାଳପୁର ଠାରୁ 790 କିଲୋମିଟର ଦୁରରେ ରହିଛି ବାତ୍ଯା ।

 ଭୁବନେଶ୍ୱର ,ବାତ୍ଯା ମୋନ୍ଥା ଯେତିକି ପାଖେଇ ଆସୁଛି, ରେଡ ଜୋନରେ ଥିବା ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ,ଦେଖିବାକୁ ମିଳୁଛି । ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ସାଙ୍ଗକୁ ହାଲକା ପବନ ଆରମ୍ଭ ହୋଇସାରିଲାଣି । ଦକ୍ଷିଣ ଓଡିଶାର 8 ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ।128ଟି ଉଦ୍ଧାରକାରୀ ଦଳ, ସେହି ଜିଲ୍ଲାଗୁଡିକରେ ଉପସ୍ଥିତ ରହିଛନ୍ତି । 24 ଓଡ୍ରାଫ, 5 NDRF ଓ 99 ଫାୟାର ଟିମ ସେଠାରେ ଉପସ୍ଥିତ ରହିଛନ୍ତି ।

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି,ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ,କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ମିଳିଛି ।

ତେବେ ବାତ୍ଯା ନେଇ କେହି ଚିନ୍ତିତ ହୁଅନ୍ତୁ ନାହିଁ ,ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।ଅନ୍ଯପଟେ ଆନ୍ଧ୍ରର କାକିନାଡା ନିକଟରେ ବାତ୍ଯା, ଲ୍ଯାଣ୍ଡଫଲ କରିବ ବୋଲି କୁହାଯାଉଛି । ସେଠାରେ ମଧ୍ୟ ବର୍ଷା ଓ ପବନ ଆରମ୍ଭ ହୋଇ ସାରିଲାଣି ।

ଚେନ୍ନାଇ ଠାରୁ 560 ଓ କାକିନାଡା ଠାରୁ 620 କିଲୋମିଟର ଦୁରରେ ବାତ୍ଯା କେନ୍ଦ୍ରୀଭୂତ ହୋଇଛି  ଗୋପାଳପୁର ଠାରୁ 790 କିଲୋମିଟର ଦୁରରେ ରହିଛି ବାତ୍ଯା । ଆସନ୍ତା 24 ଘଣ୍ଟାରେ ଏହା ଭୀଷଣ ବାତ୍ୟାର ରୁପ ନେବ ।

Related Articles

Back to top button