
ଭୁବନେଶ୍ୱର,ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ଝଟକା ପବନ ମଧ୍ୟ ଅନୁଭୂତ ହେଉଛି।
ବାତ୍ୟା ଭୟ ଭିତରେ ଭୂମିକମ୍ପ ତୁର୍କୀ ସହରକୁ ଦୋହଲାଇ ଦେଇଛି। ତୁର୍କୀ ସବୁଠାରୁ ଅଧିକ ଭୂମିକମ୍ପ ଦ୍ୱାରା ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଗତ ଅଗଷ୍ଟରେ, ଉତ୍ତର-ପଶ୍ଚିମ ପ୍ରଦେଶ ବାଲିକେସିରର ସିନ୍ଦିର୍ଗିରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ।
ସେବେଠାରୁ, ଏହି ଅଞ୍ଚଳରେ ଛୋଟ ଛୋଟ ଭୂମିକମ୍ପ ଅନୁଭୂତ ହୋଇଛି।
ଭୂମିକମ୍ପ ଝଟକା ଭାରତରେ ଅନୁଭୂତ ହୋଇନାହିଁ କିନ୍ତୁ ସୋମବାର ଦିନ ତୁର୍କୀରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।ଯାହା ଫଳରେ ପୂର୍ବ ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ଅତି କମରେ ତିନୋଟି କୋଠା ଭୁଶୁଡ଼ି ପଡ଼ିଛି।
ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ଥିଲା।ତୁର୍କୀର ଜରୁରୀକାଳୀନ ପ୍ରତିକ୍ରିୟା ସଂସ୍ଥା କହିଛି ଯେ ଏଥିରେ ଏଯାଏଁ କୌଣସି ମୃତାହତଙ୍କ ରିପୋର୍ଟ ଆସିନାହିଁ। ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଂସ୍ଥା (AFAD) କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ବାଲିକେସିର ପ୍ରଦେଶର ସିନ୍ଦିର୍ଗି ସହରରେ ଥିଲା।




