ସଫଳତାରେ ଆଉ ପାଦେ ଆଗେଇଲା ଚୀନ ।

ଭୁବନେଶ୍ୱର ,ସଫଳତାରେ ଆଉ ପାଦେ ଆଗେଇଲା ଚୀନ । ବିଶ୍ୱର ପ୍ରଥମ ବୃହତ ଅଣ୍ଡର ୱାଟର ଡାଟା ସେଣ୍ଟରସାଧାରଣତଃ, ମାଟି ଉପରେ ବା ସ୍ଥଳ ଭାଗରେ ହେଇଥିବା ଡାଟା ସେଣ୍ଟର୍ଗୁଡ଼ିକର ମୋଟ ଏନର୍ଜୀ ଖର୍ଚ୍ଚର 50 ପ୍ରତିଶତ କୁଲିଂ ବା ଶୀତଳିକରଣରେ ଖର୍ଚ୍ଚ ହୁଏ।
ଚୀନ୍ ପାଣି ତଳେ ଏକ ଡାଟା ସେଣ୍ଟର୍ ନିର୍ମାଣ କରି ଏହି ସମସ୍ୟାର ସମାଧାନ କରିଛି। ଏହାର ଲାଭ ହେଉଛି ଯେ ସମୁଦ୍ର ଜଳ ଏକ ନିରନ୍ତର ପ୍ରାକୃତିକ ଶୀତଳୀକରଣ ବା କୁଲିଂ ସିଷ୍ଟମ ଭାବରେ କାର୍ଯ୍ୟ କରିବ, ଯାହା ଏୟାର କଣ୍ଡିସନିଂର ଆବଶ୍ୟକତାକୁ ଦୂର କରିବ।
ନିର୍ମାଣର ପ୍ରଥମ ପର୍ଯ୍ୟାୟ ସମାପ୍ତ କରିଛି ଚୀନ। ସାଂଘାଇର ଲିନ୍-ଗାଙ୍ଗ୍ ସ୍ପେଶାଲ୍ ଅଞ୍ଚଳରେ ଅବସ୍ଥିତ, ଏହି ଡାଟା ସେଣ୍ଟର୍ ତିଆରି କରିବାକୁ 226 ମିଲିୟନ ଡଲାର ଖର୍ଚ୍ଚ ହେବ। ଡାଟା ସେଣ୍ଟର୍ଗୁଡ଼ିକୁ ଶୀତଳୀକରଣ ପାଇଁ ଯଥେଷ୍ଟ ଶକ୍ତି ଆବଶ୍ୟକ। ତେଣୁ, ଚୀନ୍ର ଏହି ପ୍ରୋଜେକ୍ଟ ଏନର୍ଜୀ-ଏଫିସିଏଣ୍ଟ କମ୍ପ୍ୟୁଟିଂ ଭିତ୍ତିଭୂମି ଆଡ଼କୁ ଏକ ପ୍ରମୁଖ ପଦକ୍ଷେପ।
ପାଣି ତଳେ ଥିବା ଡାଟା ସେଣ୍ଟରକୁ ସ୍ଥଳଭାଗରେ ନିର୍ମିତ କେନ୍ଦ୍ର ତୁଳନାରେ ଶୀତଳୀକରଣ ପାଇଁ 10 ପ୍ରତିଶତ କମ୍ ଶକ୍ତି ଆବଶ୍ୟକ ହେବ। ଏହାର ମୋଟ ପାୱାର କାପାସିଟି 24 ମେଗାୱାଟ୍ ଏବଂ ଏହା ମୁଖ୍ୟତଃ ପବନ ଶକ୍ତି ବା ୱିଣ୍ଡ ଏନର୍ଜୀ ଦ୍ୱାରା ଯୋଗାଇ ଦିଆଯାଇଥାଏ।




