ଓଡ଼ିଶାରାଜନୀତି

ସାଂସଦ ଅମର ପଟ୍ଟନାୟକ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।

 ଭୁବନେଶ୍ୱର,ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ,ବିଜେପିରେ ଯୋଗ ଦେଇଥିଲେ।

ନୂଆପଡ଼ାରେ ବିଜେଡି ମୁଖିଆ ଉଦ୍‌ବୋଧନ ଦେଉଥିବା ବେଳେ ଏପଟେ ଅମରଙ୍କ ବିଜେପିରେ ଯୋଗଦାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଭାରତୀୟ ଅଡିଟ୍ ଓ ଆକାଉଣ୍ଟ୍‌ସ ସେବାର ଅଧିକାରୀ ଅମର ପଟ୍ଟନାୟକ ୨୦୧୮ ମସିହାରେ ଚାକିରି ଛାଡ଼ି ହଠାତ୍ ବିଜେଡିରେ ଯୋଗ ଦେଇଥିଲେ। ଆରମ୍ଭରୁ ତାଙ୍କୁ ବିଜେଡିରେ ବେଶ୍ ଗୁରୁତ୍ବ ମିଳିଲା।

ଦଳୀୟ ପଦପଦବି ସହ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରାଗଲା। ତତ୍କାଳୀନ ଦ୍ବିତୀୟ କ୍ଷମତା କେନ୍ଦ୍ର ଭି କେ ପାଣ୍ଡିଆନଙ୍କର ସେ ଥିଲେ ଅତ୍ୟନ୍ତ ବିଶ୍ବସ୍ତ। ବିଜେଡିରେ ଯୋଗ ଦେବାର କିଛି ମାସ ମଧ୍ୟରେ ଅର୍ଥାତ୍‌ ୨୦୧୯ ଜୁନ୍‌ରେ ତାଙ୍କୁ ରାଜ୍ୟସଭା ପଠାଗଲା। ୨୦୨୪ରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲା।  ବିଜେଡିର ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ସେ ରହୁଥିଲେ। ତାଙ୍କୁ ଆଇଟି ସେଲ୍‌ ଆବାହକ ଭାବେ ନିଯୁକ୍ତି ଦିଆଯାଇଥିଲା।

ଅମର ପଟ୍ଟନାୟକ କହିଥିଲେ, ଲୋକଙ୍କ ସହ ମିଶି ଜନସେବା କରିବା ପାଇଁ ଚାକିରି ଛାଡ଼ିଥିଲି। ଯେତେବେଳେ ରାଷ୍ଟ୍ର ନିର୍ମାଣର କଥା ମୁଁ ଚିନ୍ତା କଲି, ସେତେବେଳେ ବିଜେପି ଛଡ଼ା ଅନ୍ୟ କୌଶସି ଦଳ ମୋ ନଜରକୁ ଆସୁ ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଲି। ଦଳ ମୋତେ ଯେଉଁ ଦାୟିତ୍ବ ଦେବ, ମୁଁ ତାହାକୁ ନିଷ୍ଠାର ସହ ତୁଲାଇବି।

Related Articles

Back to top button