ଅନ୍ୟାନ୍ୟଜୀବନଶୈଳୀ

ପୁଷ୍ଟିକର ଜଳଖିଆ ଖାଇବା ଗୁରୁତ୍ୱପୂର୍ଣ୍ଣ।

ଭୁବନେଶ୍ୱର ,ସକାଳ ଜଳଖିଆ ଶରୀର ପାଇଁ ନିହାତି ଦରକାର । ସକାଳ ଜଳଖିଆକୁ ନେଇ କରାଯାଇଥିବା ଗବେଷଣାକୁ ନେଇ ଗବେଷକମାନେ ୬୩ଟି ଅଲଗା ଅଲଗା ଅଧ୍ୟୟନ ଏବଂ ୩୪୦୦ ରୁ ଅଧିକ ଲୋକଙ୍କ ଉପରେ କରାଯାଇଥିବା ପରୀକ୍ଷଣ ଏବଂ ମେମୋରି ପରୀକ୍ଷାର ବିଶ୍ଳେଷଣ କରିଛନ୍ତି। ଫଳାଫଳରୁ ଜଣାପଡିଛି ଯେ ସକାଳ ଜଳଖିଆ ଖାଉଥିବା ଏବଂ ନଖାଉଥିବା ଲୋକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।

ଗବେଷକଙ୍କ କହିବା ଅନୁସାରେ, ମାନବ ମସ୍ତିଷ୍କ ଗ୍ଲୁକୋଜ୍ ଏବଂ ଶରୀରରେ ସଂରକ୍ଷିତ ଚର୍ବିରୁ ଶକ୍ତି ପାଏ। ଯେତେବେଳେ ଜଣେ ବ୍ୟକ୍ତି କିଛି ଘଣ୍ଟା ପାଇଁ ଖାଦ୍ୟ ବିନା ରୁହନ୍ତି ସେତେବେଳେ ରକ୍ତରେ ଶର୍କରା ସ୍ତର ହ୍ରାସ ପାଏ ।

କିନ୍ତୁ ଶରୀର କିଟୋନ୍ ନାମକ ପଦାର୍ଥରୁ ଶକ୍ତି ସୃଷ୍ଟି କରି ମସ୍ତିଷ୍କକୁ ସୁଗମ ଭାବରେ କାର୍ଯ୍ୟକ୍ଷମ ରଖେ। ୮, ୧୨ କିମ୍ବା ୧୬ ଘଣ୍ଟା ପାଇଁ ଉପବାସ ରଖିବା ବ୍ୟକ୍ତିର ସ୍ମୃତି, ଏକାଗ୍ରତା କ୍ଷମତା କିମ୍ବା ନିଷ୍ପତ୍ତି ଗ୍ରହଣକୁ ପ୍ରଭାବିତ କରେ ନାହିଁ। ଅଧ୍ୟୟନରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ସ୍ୱଳ୍ପକାଳୀନ ଉପବାସ, ଅର୍ଥାତ୍ ଅଳ୍ପ ସମୟ ପାଇଁ ନଖାଇବା, ଶରୀର ଏବଂ ମସ୍ତିଷ୍କ ଉଭୟ ପାଇଁ ସୁରକ୍ଷିତ।

Related Articles

Back to top button