ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା।

ଭୁବନେଶ୍ୱର ,ଆଜିଠୁ କଟକର ଐତିହାସିକ ବାଲିଯାତ୍ରା।ଏଥିପାଇଁ ସଜେଇ ହୋଇଛି ମହାନଦୀ ପଠାର ଉଭୟ ଉପର ଓ ତଳ ପଡ଼ିଆ। ୬୦ ଏକର ଜାଗାରେ ଜମିବ କିଣାବିକା, ବୁଲାବୁଲି ଓ ଖାଦ୍ୟପେୟର ଆସର। ହଜାର ହଜାର ବ୍ୟବସାୟୀ ନିଜ ପସରା ମେଲାଇ ସାରିଛନ୍ତି।
ସବୁଦିନ ଏକାଠି ହେବେ ଲକ୍ଷ ଲକ୍ଷ ଲୋକ। ବାଲିଯାତ୍ରାରେ ଏଥର ଓରମାସ ସହ ରାଜ୍ୟ ଓ ରାଜ୍ୟ ବାହାରର ପାଖାପାଖି ୧୭୦୦ ଷ୍ଟଲ ଖୋଲିଛି।
କଟକ ଇନ କଟକରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ଅନେକ କିଛି ଦେଖିବାକୁ ମିଳିବ।
ସାଂସ୍କୃତିକ ମଞ୍ଚରେ ବଲିଉଡ କଳାକାର ଶ୍ରେୟା ଘୋଷାଲଙ୍କ ଠାରୁ ଆରମ୍ଭ କରି ଓଲିଉଡ ଜଗତର ନାମୀଦାମୀ କଣ୍ଠଶିଳ୍ପୀ କାର୍ଯ୍ୟକ୍ରମ ପରିବେଷଣ କରିବେ। ବାଲିଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।
୨୦ଟି କଣ୍ଟ୍ରୋଲ ରୁମ୍ ସହ ସିସିଟିଭି, ଡ୍ରୋନ୍ ସର୍ଭେଲାନ୍ସ କରିବ ପୋଲିସ। ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂକୁ ବ୍ୟବସ୍ଥିତ ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଅଘଟଣ ଏଡ଼ାଇବାକୁ ତୟାର ରହିଛି ଅଗ୍ନିଶମ ବାହିନୀ।




