
ଭୁବନେଶ୍ୱର , ୧୨୧ଟି ଆସନରେ ଭୋଟ ଦେବେ ଜନତାଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରଥମ ପର୍ଯ୍ୟାୟରେ ମୈଥିଲି ଠାକୁର, ତେଜସ୍ବୀ ଯାଦବ, ଖେସାରୀ ଲାଲ ଯାଦବଙ୍କ ଭଳି ଚର୍ଚ୍ଚିତ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।ତାରାପୁର ଆସନରୁ ନିର୍ବାଚନ ଲଢୁଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ତାଙ୍କ ବିପକ୍ଷରେ ଅଛନ୍ତି ଆରଜେଡିର ଅରୁଣ କୁମାର। ରାଘୋପୁରରୁ ବିଜେପି ପ୍ରାର୍ଥୀ ସତିଶ କୁମାର ଯାଦବ ଠିଆ ହୋଇଥିବା ବେଳେ ଆରଜେଡିର ତେଜସ୍ବୀ ଯାଦବ ବିପକ୍ଷରେ ଲଢୁଛନ୍ତି।
ସବୁଠାରୁ ଚର୍ଚ୍ଚାରେ ରହିଛି ମହୁଆ ବିଧାନସଭା ଆସନ। କାରଣ ତେଜସ୍ବୀ ଯାଦବଙ୍କ ବଡ ଭାଇ ତେଜ ପ୍ରତାପ ଯାଦବ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କୁ ଟକ୍କର ଦେବାକୁ ମଇଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସଞ୍ଜୟ ସିଂ ଏବଂ ଆରଜେଡିର ମୁକେଶ କୁମାର ରୋଶନ।
ଏହା ବ୍ୟତୀତ ବିଜୟ କୁମାର ସିଂ, ତେଜ ପ୍ରତାପ ଯାଦବ, ଉମେଶ କୁଶବାହ, ଭୋଲା ଯାଦବ ଭଳିହାଇପ୍ରୋଫାଇଲ ନେତାଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ପ୍ରଥମ ପର୍ଯ୍ୟାୟ ମତଦାନରେ ହେବ।ପ୍ରଥମ ପର୍ଯ୍ୟାୟ ଭୋଟିଂରେ ୩ କୋଟି ୭୫ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ। ୪୩ ହଜାର ୩୪୧ଟି ବୁଥରେ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟରେ ଏନଡିଏ ଗଠବନ୍ଧନରେ ଜେଡିୟୁର ୫୭, ବିଜେପିର ୪୮, L J Pର ୧୩ ପ୍ରାର୍ଥୀ ମଇଦାନରେ ଅଛନ୍ତି। ମହାଗଠବନ୍ଧନରୁ ଆରଜେଡିର ୭୧, କଂଗ୍ରେସର ୨୪ ପ୍ରାର୍ଥୀ ମଇଦାନରେ ଅଛନ୍ତି।




