ଐତିହ୍ୟ ଓ ସଂସ୍କୃତିଓଡ଼ିଶା
କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟ ମଣ୍ଡପର ଚାରିଦ୍ବାର ସାମ୍ନାରେ ବାରିକେଡ

ଭୁବନେଶ୍ୱର, କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟ ମଣ୍ଡପ କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି, ASI ।
ସୂର୍ଯ୍ୟମନ୍ଦିର ନାଟ୍ୟ ମଣ୍ଡପରେ, ସେଲ୍ଫି ନେବା ବେଳେ ଓ ଅସାବଧାନତା କାରଣରୁ ପର୍ଯ୍ୟଟକ ମାନେ ତଳକୁ ଖସି ପଡ଼ୁଥିବା, କାରଣ ଦର୍ଶାଇ ASI ଏହି ନିଷ୍ପତ୍ତି ନେଇଛି ।
ମନୁମେଣ୍ଟ ଆଇନ ଅନୁଯାୟୀ ମନୁମେଣ୍ଟ ଉପରେ ଚଢ଼ିବା ବାରଣ ଥିବା କାରଣ ଦର୍ଶାଇଛି ASI ।
ବିକଳ୍ପ ବ୍ୟବସ୍ଥା ନକରି ASI କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ନାଟ୍ୟ ମଣ୍ଡପ ବନ୍ଦ କରିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।
ନାଟ୍ୟ ମଣ୍ଡପର ଚାରିଦ୍ବାର ସମ୍ମୁଖରେ ବାରିକେଡ ଲଗାଇ ବନ୍ଦ କରାଯାଇଛି।
ଫଳରେ ହଜାର ହଜାର ପର୍ଯ୍ୟଟକ ନାଟମଣ୍ଡପ ଉପରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି।




