ଓଡ଼ିଶାସ୍ୱାସ୍ଥ୍ୟ

୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା ।

 ଭୁବନେଶ୍ବର, ରାଜଧାନୀରେ, ବଢୁଛି ଶୀତ । ଆସନ୍ତା ୨ରୁ ୩ ଦିନରେ ପାରଦ ୩ରୁ ୪ଡିଗ୍ରୀ ଖସିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା । ଭୋର ସାଢେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।

ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା ।
କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ଭଳି ଆଭ୍ୟନ୍ତରଣୀ ଜିଲ୍ଲାରେ ହାଲୁକା ଶୀତ ଅନୁଭୂତ ହେବାରେ ଲାଗିଲାଣି।

ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବେଶ କରୁଛି। ପ୍ରଭାବରେ କିଛି ଜିଲ୍ଲାରେ ଦିନ ଓ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏଁ କମିଛି । ଦାରିଙ୍ଗବାଡ଼ି, ଫୁଲବାଣୀ,ଝାରସୁଗୁଡ଼ା ଆଦି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ତେବେ ଏବର୍ଷ ପଶ୍ଚିମା ବାୟୁର ପ୍ରବାହ ଯୋଗୁଁ ଲଗାତାର ଶୀତ ଲହରି ରହିବ ନାହିଁ। ବିଗତ ବର୍ଷ ଅପେକ୍ଷା ଥଣ୍ଡା ଟିକେ ଅଧିକ ରହିଲେ ବି ଶୀତର ଅବଧି କମିବ।

Related Articles

Back to top button