
ଭୁବନେଶ୍ୱର , ନୂଆପଡ଼ା ରାଜନୀତି ମୈଦାନରେ, ଯେଉଁ ଦଳ ଦିନେ ତୃତୀୟ ସ୍ଥାନରେ ଥିଲା, ସେହି ଦଳ ଆଜି ୧ ଲକ୍ଷରୁ ଅଧିକ ଭୋଟ୍ ସହ ଅବିଶ୍ବସନୀୟ ବିଜୟ ହାସଲ କରି ଶୀର୍ଷକୁ ଉଠିଛି।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସ୍ନେହାଙ୍ଗିନି ଛୁରିଆଙ୍କୁ ଭରସା କରିଥିବା ବିଜେଡି ତୃତୀୟ ସ୍ଥାନକୁ ଖସିଛି।
ଡବଲ ଇଞ୍ଜିନ୍ ସରକାରରେ ପ୍ରଥମ ଉପ ନିର୍ବାଚନରେ ଅଭୂତପୂର୍ବ ବିଜୟ ପରେ ଶିଖରକୁ ଛୁଇଁଛି ସମସ୍ତଙ୍କ ଖୁସି।
ବିଜୟ ପ୍ରାର୍ଥୀ ଜୟ ଢୋଲକିଆ ବି ଭାବବିହ୍ବଳ ହୋଇଛନ୍ତି।
କହିଛନ୍ତି, ଏହି ସଫଳତା ପଛରେ ବାପା ରାଜୁ ଢୋଲକିଆଙ୍କ ଆଶୀର୍ବାଦ ରହିଛି।




