
ଭୁବନେଶ୍ୱର, ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ଘରେ,ଡବଲ ସେଲିବ୍ରେସନର ମାହୋଲ ।ଘରକୁ ଆସିଲେ କୁନି ଅତିଥି । ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ପତ୍ରଲେଖା । ଜୁଲାଇ ୯ରେ ଉଭୟ ଗର୍ଭଧାରଣ ନେଇ ସୂଚନା ଦେଇଥିଲେ । ତେବେ ଗତକାଲି (ନଭେମ୍ୱର ୧୫)ରେ ଉଭୟ ପିତାମାତା ହେବାର ଖୁସି ଖବର ଦେଇଛନ୍ତି ।ସବୁଠାରୁ ବଡ଼ କଥା ହେଲା ଗତକାଲି ଉଭୟଙ୍କ ପାଇଁ ବହୁତ ଖାସ୍ ଦିନ ଥିଲା । କାରଣ ନଭେମ୍ବର ୧୫, ୨୦୨୧ରେ ଉଭୟେ ବିବାହ କରିଥିଲେ । ଗତକାଲି ଏହି ଦମ୍ପତିଙ୍କର ୪ର୍ଥ ବିବାହ ବାର୍ଷିକୀ ଥିଲା । ଏବଂ ଏହି ଦିନରେ ହିଁ କୁନି ସନ୍ତାନର ପିତାମାତା ହୋଇଛନ୍ତି ଉଭୟେ ।ଏହି ଖୁସି ଖବର ଆସିବା ପରେ ଦମ୍ପତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏନେଇ ରାଜକୁମାର ରାଓ ଏବଂ ପତ୍ରଲେଖା ସୋସିଆଲ ମିଡିଆରେ, ଏକ ପୋଷ୍ଟ ସେୟାର କରିବା ସହ ସେମାନେ ବହୁତ ଖୁସି ବୋଲି ଲେଖିଛନ୍ତି ।
ଅନେକ ସେଲିବ୍ରିଟି ରାଜକୁମାର ଏବଂ ପତ୍ରଲେଖାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, ଏବଂ ଅଲିଆ ଭଟ୍ଟଙ୍କ ଭଳି ତାରକାମାନେ, ସେମାନଙ୍କ ପୋଷ୍ଟରେ ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି । ପ୍ରଶଂସକମାନେ ମଧ୍ୟ ଏହି ଖବରକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଏବଂ ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।
ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ପ୍ରେମ କାହାଣୀ ବଲିଉଡରେ ବେଶ୍ ଲୋକପ୍ରିୟ । ଦୀର୍ଘ ଦିନରୁ ପ୍ରେମ ସମ୍ପର୍କରେ ରହିବା ପରେ ୨୦୨୧ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କ ବିବାହ ସମାରୋହ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପରିବାର ଏବଂ ନିକଟତର ବନ୍ଧୁମାନେ ଉପସ୍ଥିତ ଥିଲେ ।




