ଓଡ଼ିଶାମୌସୁମୀ

ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିନପାରେ

ଭୁବନେଶ୍ୱର ,ବଙ୍ଗୋପସାଗରରେ ଭୟ ବଢାଉଛି ସମ୍ଭାବ୍ୟ ବାତ୍ୟା। ଏହି ବାତ୍ୟାର ନାଁ ଦିତ୍ବା ରଖା ଯାଇଛି।ଗଭୀର ଅବପାତରେ ପରିଣତ ହୋଇସାରିଛି ଅବପାତ ।

ଏହା ଏବେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ଶ୍ରୀଲଙ୍କା ପାର୍ଶ୍ଵବର୍ତ୍ତୀ ଭାରତ ମହାସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି । ଏହି ଗଭୀର ଅବପାତ ଆହୁରି ଘନୀଭୂତ ହେବ ।

ଉତ୍ତର ପଶ୍ଚିମ ଉତ୍ତରକୁ ଗତି କରିବ ଏବଂ ଆହୁରି ବଳ ଗୋଟାଇ ଆଗାମୀ ୧୨ ଘଣ୍ଟାରେ ନେଇପାରେ ବାତ୍ୟା ରୂପ । ହେଲେ କଣ ରହିବ ବାତ୍ୟାର ଗତିପଥ ସେନେଇ କରାଯାଇନି କୌଣସି ଆକଳନ । 

ଏହି ଶୀତକାଳୀନ ବାତ୍ୟା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୩୦ ତାରିଖ ବଳକୁ ଏହା ଉପକୂଳ ଅତିକ୍ରମ କରିବାର ରହିଛି ସମ୍ଭାବନା । ଓଡିଶା ଉପରେ ବିଶେଷ ପ୍ରଭାବ ପଡିନପାରେ ।

Related Articles

Back to top button