ଅନ୍ତର୍ଜାତୀୟଜୀବନଶୈଳୀ

ପ୍ରଧାନମନ୍ତ୍ରୀ ଥିବା ଅବସ୍ଥାରେ ବିବାହ

ଭୁବନେଶ୍ୱର,ବିବାହ କରିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ, ଆନ୍ଥୋନୀ ଆଲବାନିଜ୍। ନିଜ ଠାରୁ ୧୬ ବର୍ଷ ସାନ ପ୍ରେମିକାଙ୍କୁ କରିଛନ୍ତି ଜୀବନ ସାଥି। ଏହା ପରେ ସୋସିଆଲ ମିଡିଆରେ, ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି, ‘ମ୍ୟାରେଡ୍’ ।

ଆଲବାନିଜ୍ କାନବେରାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ, ୪୬ ବର୍ଷୀୟା ଜୋଡି ହେଡେନ୍ ଙ୍କୁ ବିବାହ କରିଛନ୍ତି । ହେଡେନ୍ ଆର୍ଥିକ ସେବା କ୍ଷେତ୍ରରେ କାର୍ଯ୍ୟ କରନ୍ତି।

ଆଲବାନିଜ୍ ଫେବୃଆରୀ ୨୦୨୪ରେ ହେଡେନଙ୍କ ସହିତ ନିର୍ବନ୍ଧ କରିଥିଲେ। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ‘ବିବାହିତ’ବୋଲି ପୋଷ୍ଟ କରିଛନ୍ତି । ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ଆଲବାନିଜ୍ ୨୦୨୦ରେ ହେଡେନଙ୍କୁ ମେଲବର୍ଣ୍ଣରେ ଆୟୋଜିତ ଏକ ବିଜନେସ୍ ଡିନରରେ ଦେଖିଥିଲେ । ହେଡେନଙ୍କ ଏହା ଦ୍ବିତୀୟ ବିବାହ ।

Related Articles

Back to top button