ହିନ୍ଦୁ ଧର୍ମର ସବୁଠାରୁ ମହାନ୍ ଗ୍ରନ୍ଥ

ଭୁବନେଶ୍ୱର,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ସାକ୍ଷାତ ଭାରତ ଏବଂ ରୁଷ ମଧ୍ୟରେ ଦଶନ୍ଧି ପୁରୁଣା ସମ୍ପର୍କକୁ ପୁଣି ଥରେ ଉଷ୍ମ କରିଛି।ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ରୁଷିଆ ଭାଷାରେ ଲିଖିତ ଗୀତାର ଏକ କପି ପ୍ରଦାନ କରିଥିଲେ। ପୁଟିନ ଗୀତାକୁ ବହୁତ, ସମ୍ମାନର ସହିତ ଗ୍ରହଣ କରିଥିଲେ।
ଏହି ଉପହାର ଦୁଇ ନେତାଙ୍କ ମଧ୍ୟରେ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ଏବଂ ଭାରତ-ରୁଷ ସମ୍ପର୍କରେ ଏକ ନୂତନ ଦିଗ ପ୍ରଦାନ କରିଛି। ପୁଟିନଙ୍କୁ ଗୀତା ଉପହାର ଦେଇ, ମୋଦି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଏହାର ଏକ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି, “ଗୀତାର ଜ୍ଞାନ ଏବଂ ବାର୍ତ୍ତା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଏ, ଏବଂ ଏହାର ଶିକ୍ଷା ପ୍ରତ୍ୟେକ ଯୁଗରେ ମାନବତାକୁ ମାର୍ଗଦର୍ଶନ କରେ।”ଦୁଇ ନେତା ଆନୁଷ୍ଠାନିକ ଆଲୋଚନା ପୂର୍ବରୁ ଏକ ସଂକ୍ଷିପ୍ତ ସାଂସ୍କୃତିକ ଅଧିବେଶନରେ ଯୋଗ ଦେଇଥିଲେ । ଯେଉଁଠାରେ ମୋଦି ପୁଟିନଙ୍କୁ ଗୀତା ପ୍ରଦାନ କରିଥିଲେ, ଯାହା ଭାରତୀୟ ଦର୍ଶନ, ସଂସ୍କୃତି, କର୍ତ୍ତବ୍ୟ ଏବଂ ନୈତିକତାର ଏକ କାଳଜୟୀ ଗ୍ରନ୍ଥ । ଯାହା ଶତାବ୍ଦୀ ଧରି ବିଶ୍ୱରେ ଅଧ୍ୟୟନର ବିଷୟ ହୋଇଆସିଛି।




