
ଭୁବନେଶ୍ୱର,“ବନ୍ଦେ ମାତରମ୍”ର ୧୫୦ତମ ବାର୍ଷିକୀ ଅବସରରେ ଆଜି ସଂସଦରେ ଏକ ବିଶେଷ ଆଲୋଚନା କରାଯାଇଥିଲା। “ବନ୍ଦେ ମାତରମ୍” ବିଷୟରେ ଉଲ୍ଲେଖ କରି “ବନ୍ଦେ ମାତରମ୍”ର ୧୫୦ତମ ବାର୍ଷିକୀ ଅବସରରେ ଆଜି ସଂସଦରେ ଏକ ବିଶେଷ ଆଲୋଚନା କରାଯାଇଥିଲା। “ବନ୍ଦେ ମାତରମ୍” ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, “ବନ୍ଦେ ମାତରମ୍”ର ୧୦୦ତମ ବାର୍ଷିକୀରେ ଦେଶର ଗଳା ଚିପାଯିବା ସହ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହି ସମୟରେ, ପ୍ରଧାନମନ୍ତ୍ରୀ “ବନ୍ଦେ ମାତରମ୍”ର ଲେଖକ ବଙ୍କିମ୍ ଚନ୍ଦ୍ର ଚାଟାର୍ଜୀଙ୍କୁ “ବଙ୍କିମ୍ ଦା” କହିବାରୁ ଟିଏମସି ସାଂସଦ ତାଙ୍କୁ “ବଙ୍କିମ୍ ବାବୁ” କୁହନ୍ତୁ ବୋଲି କହିଥିଲେ। ନରେନ୍ଦ୍ର ମୋଦୀ କହିଥିଲେ ଯେ, “ବନ୍ଦେ ମାତରମ୍”ର ୧୦୦ତମ ବାର୍ଷିକୀରେ ଦେଶର ଗଳା ଚିପାଯିବା ସହ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହି ସମୟରେ, ପ୍ରଧାନମନ୍ତ୍ରୀ “ବନ୍ଦେ ମାତରମ୍”ର ଲେଖକ ବଙ୍କିମ୍ ଚନ୍ଦ୍ର ଚାଟାର୍ଜୀଙ୍କୁ “ବଙ୍କିମ୍ ଦା” କହିବାରୁ ଟିଏମସି ସାଂସଦ ତାଙ୍କୁ “ବଙ୍କିମ୍ ବାବୁ” କୁହନ୍ତୁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ: “ବନ୍ଦେ ମାତରମ୍ ହେଉଛି ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଏବଂ ପ୍ରେରଣା ଦେଇଥିବା ମନ୍ତ୍ର। ଏହା ଆମ ପାଇଁ ଗର୍ବର ବିଷୟ ଯେ, ବନ୍ଦେ ମାତରମ୍ ୧୫୦ ବର୍ଷ ପୂରଣ କରୁଛି ଏବଂ ଆମେ ସମସ୍ତେ ଏହି ଐତିହାସିକ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ପାଇଛୁ।




