ଭୁବନେଶ୍ୱର, ରାତିରେ ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବାକୁ ଲୋକ ନିଆର ଆଶ୍ରୟ ନେଉଛନ୍ତି। ପ୍ରାୟ ସପ୍ତାହେ ହେଲାଣି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ବର୍ତମାନ ପାରଦ ତଳକୁ ତଳକୁ ଖସିଛୁ।
ଦିନ ତମାମ କୋହଲା ପାଗ, ସନ୍ଧ୍ୟାରେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି।ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେବା ସମ୍ଭାବନା ରହିଛି।
ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିବ।
ସେପଟେ ପ୍ରବଳ ଶୀତରେ ଥରହର କନ୍ଧମାଳ। ଜିଲ୍ଲାରେ ୫ ଡିଗ୍ରୀ ତଳେ ରହିଛି ପାରଦ। ଆହୁରି ୪ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ୧୩ ତାରିଖରୁ ପଶ୍ଚିମ ହିମାଳୟ ଅଂଚଳରେ ପଶ୍ଚିମା ଝଡ଼ ପ୍ରଭାବ ସମ୍ଭାବନା ରହିଛି। ଏହାପର ଠାରୁ ରାଜ୍ୟରେ କମିବ ଶୀତ।




