RAMର ପ୍ରଭାବ ସିଧାସଳଖ ଫୋନ ଉପରେ

ଭୁବନେଶ୍ୱର, Google, Microsoft ଏବଂ OpenAI ଭଳି ମହାନ କମ୍ପାନୀଗୁଡ଼ିକ ସେମାନଙ୍କର AI ସିଷ୍ଟମ ଏବଂ ଡାଟା ସେଣ୍ଟର ପାଇଁ, ବିପୁଳ ପରିମାଣର କମ୍ପ୍ୟୁଟିଂ ଶକ୍ତି କ୍ରୟ କରୁଛନ୍ତି।ଏହି ସିଷ୍ଟମଗୁଡ଼ିକୁ ଚଲାଇବା ପାଇଁ ଉଚ୍ଚମାନର RAM ଏବଂ ଷ୍ଟୋରେଜ୍ ଆବଶ୍ୟକ, ଯାହା ଏକ ସାଧାରଣ ସ୍ମାର୍ଟଫୋନରେ ବ୍ୟବହୃତ ମେମୋରୀ ଅପେକ୍ଷା ବହୁତ ମହଙ୍ଗା ଏବଂ ଉନ୍ନତ।ଏହି କାରଣରୁ ମେମୋରୀ ନିର୍ମାତାମାନେ, ଏବେ ସାଧାରଣ ଗ୍ରାହକଙ୍କ ଅପେକ୍ଷା AI ଏବଂ ଏଣ୍ଟରପ୍ରାଇଜ୍ କ୍ଲାଏଣ୍ଟମାନଙ୍କ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।ମହଙ୍ଗା ହୋଇଯିବ ସ୍ମାର୍ଟଫୋନ। ପ୍ରଥମେ ସୁନା, ରୁପା ଓ ଆଉ ଏବେ କନ୍ଦାଇବ ସ୍ମାର୍ଟଫୋନର ପ୍ରାଇସ୍। ବର୍ଷକୁ ବର୍ଷ ସ୍ମାର୍ଟଫୋନ କିଣିବା ଲୋକଙ୍କ ପାଇଁ ଏବେ ଏହା ଏକ ଚିନ୍ତାର ବିଷୟ ହୋଇସାରିଛି।ବିଶ୍ୱର ସବୁଠାରୁ ବଡ଼ ମେମୋରୀ କମ୍ପାନୀଗୁଡ଼ିକ ମଧ୍ୟରୁ ,ଗୋଟିଏ ମାଇକ୍ରୋନ୍, ସମ୍ପ୍ରତି ଏହାର ଗ୍ରାହକ-କେନ୍ଦ୍ରିତ ବ୍ରାଣ୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।କମ୍ପାନୀ କହିଛି ଯେ ଅଧିକ ଲାଭ ମାର୍ଜିନ୍ ଯୋଗୁଁ AI କମ୍ପାନୀଗୁଡ଼ିକୁ ମେମୋରୀ ଯୋଗାଣ ଅଧିକ ଲାଭଦାୟକ। ସେହିପରି, Samsung ଏବଂ SK Hynix ଭଳି କମ୍ପାନୀଗୁଡ଼ିକ ମଧ୍ୟ HBM ଉପରେ ଧ୍ୟାନ ଦେଉଛନ୍ତି। ସାଧାରଣ ସ୍ମାର୍ଟଫୋନରେ ବ୍ୟବହୃତ RAM ର ଯୋଗାଣ ସୀମିତ ହେବାରେ ଲାଗିଛି। ଗତ କିଛି ମାସ ମଧ୍ୟରେ RAM ମୂଲ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି, ଏବଂ ବିଶେଷଜ୍ଞମାନେ କହିଛନ୍ତି, ଏହି RAMର ମୁଲ୍ଯ ଏତେ ଶୀଘ୍ର କମିବା କେବେ ବି ସମ୍ଭବ ନୁହେଁ। ଏଥିପାଇଁ ଅନେକ ସମୟ ଲାଗିବ। ବିଶେଷଜ୍ଞ କହିଛନ୍ତି ଯେ ୨୦୨୬ ପରେ ମୂଲ୍ୟ ବୃଦ୍ଧି ପାଇପାରେ। ବିଶେଷକରି ଫ୍ଲାଗସିପ୍ ଫୋନ୍ ୭ ରୁ ୧୦ ପ୍ରତିଶତ ମହଙ୍ଗା ହୋଇପାରେ, ଯେତେବେଳେ ମଧ୍ୟମ ଏବଂ ବଜେଟ୍ ସେଗମେଣ୍ଟରେ ମଧ୍ୟ ମୂଲ୍ୟ ବୃଦ୍ଧି ସମ୍ଭବ।




