ଓଡ଼ିଶାକ୍ରୀଡ଼ା

O M C ର ତୃତୀୟ ବାର୍ଷିକ କ୍ରୀଡା ସମ୍ମିଳନୀ ୨୦୨୫ ଆରମ୍ଭ

ଭୁବନେଶ୍ୱର , ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌, ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ ଏବଂ ଇଷ୍ଟ କୋଷ୍ଟ ରେଲୱେ କ୍ରିକେଟ୍‌ ଷ୍ଟାଡିୟମ୍‌ରେ, ଓଡ଼ିଶା ମାଇନିଂ କର୍ପୋରେସନ୍‌ ର ତୃତୀୟ ବାର୍ଷିକ କ୍ରୀଡା ସମ୍ମିଳନୀ  ଆୟୋଜିତ ହେଉଛି।  O M C ର ପରିଚାଳନା ନିର୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ  ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ମହାନ୍ତି, କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ଖୋରା ନିର୍ଦ୍ଦେଶକଶ୍ରୀ ଆଲୋକ କୁମାର ପାଲ୍‌, ନିର୍ଦ୍ଦେଶକ ଶ୍ରୀ ବନ ବିହାରୀ ପାଣି ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା କର୍ମଚାରୀଙ୍କ ସୁସ୍ଥତା, ଦଳୀୟ ସହଯୋଗ ପ୍ରତି ଓଏମ୍‌ସିର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। କ୍ରୀଡା ସମ୍ମିଳନୀରେ ୫୫୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରୁଥିବା ବେଳେ ଦୌଡ଼ କୁଦ, ଲଙ୍ଗ ଜମ୍ପ, ଜାଭେଲିନ୍‌, ଟେବୁଲ୍‌ ଟେନିସ୍‌, ଭଲିବଲ୍‌ ଓ କ୍ରିକେଟ୍‌ ସହିତ ମୋଟ ୧୮ଟି କ୍ରୀଡା ପ୍ରତିଯୋଗିତା ହେଉଛି।କ୍ରୀଡା ମାଧ୍ୟମରେ ଆମେ ସମସ୍ତେ ଏକ ପରିବାର ଭାବେ ଏକତ୍ରିତ ହେଉଛୁ । ଏକ ସଂଗଠନ ଭାବେ ଓଏମସି ରାଜ୍ୟ ତଥା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି,ଏବଂ ଏପରି କାର୍ଯ୍ୟକ୍ରମଗୁଡ଼ିକ ଆମ ସଂଗଠନର ସଫଳତା ତଥା ଓଡ଼ିଶାର ବିକାଶକୁ, ଆଗେଇ ନେବାରେ ସହାୟକ ହବ।”ଶ୍ରୀ ସାମଲ କହିଥିଲେ ଯେ, “ଓଏମସି ବାର୍ଷିକ କ୍ରୀଡା ସମ୍ମିଳନୀ କେବଳ ଏକ ପ୍ରତିଯୋଗିତା ନୁହେଁ; ଏହା ଦଳଗତ ଭାବେ କାର୍ଯ୍ୟ କରିବା, ଶିଷ୍ଟାଚାର, ସହଭାଗିତାର ଏକ ଉତ୍ସବ।

Related Articles

Back to top button