ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ହଜାରରୁ ଅଧିକ ବିମାନ ବାତିଲ ।

ଭୁବନେଶ୍ୱର ,ଆମେରିକାର ଜାତୀୟ ପାଣିପାଗ ସେବା ଶୁକ୍ରବାର ଅପରାହ୍ନରେ,ଶୀତକାଳୀନ ଝଡ଼ର ଚେତାବନୀ ଜାରି କରିଛନ୍ତି । ଯେଉଁଥିପାଇଁ ଶନିବାର ସକାଳ ପର୍ଯ୍ୟନ୍ତ ବିମାନ ବାତିଲ ହୋଇଛି ।

ଶୁକ୍ରବାର ଦିନ ପ୍ରବଳ ଶୀତକାଳୀନ ଝଡ଼ ଚେତାବନୀ ଯୋଗୁଁ, ଯୁକ୍ତରାଷ୍ଟ୍ର ଆମେରିକାର ବିମାନ କମ୍ପାନୀଗୁଡ଼ିକ ହଜାରରୁ ଅଧିକ ବିମାନ ବାତିଲ କରିଛନ୍ତି ।

ଲାଗାର୍ଡିଆ ବିମାନବନ୍ଦର ଏବଂ ଡେଟ୍ରଏଟ୍ ମେଟ୍ରୋପଲିଟାନ୍‌ ‍ୱେନ୍ କାଉଣ୍ଟି ବିମାନବନ୍ଦର,ଜନ୍ ଏଫ୍ କେନେଡି ବିମାନବନ୍ଦର, ଭଳି ସମ୍ଭାବ୍ୟ ପ୍ରଭାବ ଅଞ୍ଚଳର ବିମାନବନ୍ଦରଗୁଡ଼ିକରେ ମଧ୍ୟ ଅନେକ ବିମାନ ଉଡାଣରେ ବିଳମ୍ବ ହୋଇଛି ।

ଜେଟ୍‌ବ୍ଲୁ ଏୟାରୱେଜ୍ ୨୨୫ଟି , ଡେଲ୍ଟା ଏୟାର ଲାଇନ୍ସ ୧୮୬ଟି, ରିପବ୍ଲିକ୍ ଏୟାରୱେଜ୍ ୧୫୫ଟି, ଆମେରିକାନ ଏୟାରଲାଇନ୍ସ ୯୬ଟି ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ ୮୨ଟି ଉଡ଼ାଣ ବାତିଲ କରିଛି ।

Related Articles

Back to top button