ଅନ୍ତର୍ଜାତୀୟବାଣିଜ୍ୟ

ରେକର୍ଡ ଦରରେ ପହଞ୍ଚିଲା ରୁପା ମୂଲ୍ୟ।

ଭୁବନେଶ୍ୱର ,ଶିଳ୍ପ କ୍ଷେତ୍ରରେ ରୁପାର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ସୌର ପ୍ୟାନେଲ, ବୈଦ୍ୟୁତିକ ଯାନବାହନ ଏବଂ ଅର୍ଦ୍ଧଚାଳକ ଭଳି କ୍ଷେତ୍ରରେ ଏହାର ବ୍ୟବହାର ମୂଲ୍ୟକୁ ସୁଦୃଢ଼ ​​କରିଛି।ବର୍ତ୍ତମାନ, ବିଶ୍ୱ ରୂୁପାର ଚାହିଦାର ପ୍ରାୟ ୬୦% ଶିଳ୍ପରୁ ଆସୁଛି। ଏହା ବ୍ୟତୀତ, ରୁପା ଉତ୍ପାଦନ ଏବଂ ଚାହିଦା ମଧ୍ୟରେ ବଢ଼ୁଥିବା ପାର୍ଥକ୍ୟ ମଧ୍ୟ ରୁପା ମୂଲ୍ୟ ବୃଦ୍ଧିର ଏକ କାରଣ।ବର୍ଷ ଶେଷ ହେବା ପୂର୍ବରୁ ଇତିହାସ ରଚିଲା ରୁପା ଦାମ୍। ରେକର୍ଡ ଦରରେ ପହଞ୍ଚିଲା ରୁପା ମୂଲ୍ୟ। ସୁନା ଦର ବୃଦ୍ଧିକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ, ରୁପା ଦର ସବୁ ରେକର୍ଡ ଭାଙ୍ଗିଛି। ଯାହାକି ଗ୍ରାହକଙ୍କୁ ଏକ ଶକ୍ତ ଝଟକା ଦେଇଛି। ସପ୍ତାହର ପ୍ରଥମ ବାଣିଜ୍ୟ ଅଧିବେଶନ ସୋମବାର ଦିନ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଦେଖିବାକୁ ମିଳିଛି। ଡିସେମ୍ୱର ୨୯ ତାରିଖରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ରୁପା ପ୍ରଥମ ଥର ପାଇଁ ୨ ଲକ୍ଷ ୫୦ ହଜାର ଅତିକ୍ରମ କରିଛି।ଭାରତୀୟ ବଜାର ଏବଂ ଅନ୍ତର୍ଜାତୀୟ ବଜାର ଉଭୟରେ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଆଜି ପ୍ରଥମ ଥର ପାଇଁ ରୂପା ମୂଲ୍ୟ ୮୦ ଡଲାର ଅତିକ୍ରମ କରିଛି।

Related Articles

Back to top button