ଓଡ଼ିଶାମନୋରଞ୍ଜନ

ଜାନୁଆରୀ ୧୦ରୁ ୧୮ ଯାଏଁ ଶିଶିର ସରସ ମେଳା

ଭୁବନେଶ୍ୱର,ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ୍ ଓ ପାନୀୟ ଜଳ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜାନୁଆରୀ ୧୦ ତାରିଖରୁ ୧୮ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶିଶିର ସରସ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।ଉଦଘାଟନୀ ସମାରୋହରେ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା,ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ୍, ଓରମାସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୋନିକା ପ୍ରିୟଦର୍ଶିନୀ ଓ ଓରମାସ୍ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ସିଂହ ପ୍ରମୁଖ ଯୋଗଦେଇଥିଲେ। ଚଳିତ ବର୍ଷ  ‘ଶିଶିର ସରସ’ ମେଳାରେ ମୋଟ୍ ୩୪୦ ଟି ବିକ୍ରୟ ଷ୍ଟଲ୍ ଓ ୩୫ ଟି ଖାଦ୍ୟ ଷ୍ଟଲ୍ ରହିଛି। ଅନୁଷ୍ଠିତ ମେଗା ମେଳାରେ ଓଡ଼ିଶାର ୩୦ ଜିଲ୍ଲା ସହିତ ଦେଶର ଅନ୍ୟ ୨୦ ଟି ରାଜ୍ୟର କାରିଗର ଓ ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି।ଅନ୍ୟପଟେ ଚଳିତ ‘ଶିଶିର ସରସ’ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

Related Articles

Back to top button