
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ, କୋଲକାତାରେ ଅନୁଷ୍ଠିତ ହେବ ଇନଭେଷ୍ଟର ମିଟ୍ । ଏଥିପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ମୁଖ୍ୟ ସଚିବ କୋଲକାତା ଯିବେ । ଏହା ଦ୍ବାରା ଓଡ଼ିଶାକୁ ପୁଞ୍ଜି ଆସିବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ମୁଖ୍ୟ ଲକ୍ଷ୍ୟ ହେବ । ପୂର୍ବରୁ ହାଇଦ୍ରାବାଦରେ ଇନଭେଷ୍ଟର ମିଟ ଆୟୋଜିତ ହୋଇଥିବା ବେଳେ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିଥିଲା । ଏଥର ଅଧିକ ପୁଞ୍ଜି ପାଇଁ ଲକ୍ଷ୍ୟ ରଖାଯାଇଛି । ଖାରବେଳ ଭବନରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ସେହିପରି ବର୍ତ୍ତମାନ ସୁଦ୍ଧା ବଜେଟ ୫୦ ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ ଖର୍ଚ୍ଚ ବୃଦ୍ଧି ପାଇଁ ସବୁ ବିଭାଗ ସଚିବଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ସୂତ୍ରୀ କାର୍ଯ୍ୟକ୍ରମ ନେଇ ବିଭାଗ ଗୁଡିକ କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ ସଚିବ ମାନଙ୍କ ସହ ଆଲୋଚନା କରିଛନ୍ତି ଅନୁ ।
ଆଗକୁ ପ୍ରତି ଶନିବାର ଭିତ୍ତିଭୂମି ସମୀକ୍ଷା ବୈଠକ ହେବ। ସଚିବ ମାନେ ଫିଲଡ଼ ଭିଜିଟ ବେଳେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବାକୁ ନିର୍ଦ୍ଦେଶ ରହିଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯିବ । ସମସ୍ତ ବିଭାଗର ସଚିବ ମାନେ ମଧ୍ୟ ଅନ୍ୟ କୌଣସି ଦିନ ବୈଠକ ନ ଡାକି ସେହିଦିନ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିପାରିବେ ବୋଲି କୁହାଯାଇଛି ।




