
ଭୁବନେଶ୍ୱର , ସଶସ୍ତ୍ର ବାହିନୀର 70 ଜଣ କର୍ମଚାରୀଙ୍କୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୀରତ୍ୱ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ଛଅଟି ମରଣୋତ୍ତର ସମ୍ମାନ ଅନ୍ତର୍ଭୁକ୍ତ। ଗଣତନ୍ତ୍ର ଦିବସର ଅବସରରେ ଗତକାଲି ଏହି ପୁରସ୍କାରଗୁଡ଼ିକୁ ଅନୁମୋଦନ କରାଯାଇଛି।ତାଲିକାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଅଶୋକ ଚକ୍ର, ଯାହା ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ପ୍ରଦାନ କରାଯିବ।ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ କୁ ଭାରତର ଐତିହାସିକ ମହାକାଶ ମିଶନ ସମୟରେ ତାଙ୍କ ସାହସ ଏବଂ ନେତୃତ୍ୱ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି।ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଜୁନ୍ 2025 ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନରେ ପ୍ରଥମ ଭାରତୀୟ ହୋଇ ଇତିହାସ ସୃଷ୍ଟି କରିଥିଲେ।ସେ ଆକ୍ସିଅମ୍-4 ମିଶନର ଅଂଶ ଥିଲେ, ରାକେଶ ଶର୍ମାଙ୍କ 1984 ମିଶନର 41 ବର୍ଷ ପରେ ସେ ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ଥିଲେ। ଶୁକ୍ଲା ମହାକାଶରେ 18 ଦିନ ବିତାଇ ଜଟିଳ ବୈଜ୍ଞାନିକ ଏବଂ ବୈଷୟିକ କାର୍ଯ୍ୟ ସମ୍ପାଦନ କରିଥିଲେ ଯାହା ଭାରତର ମହାକାଶ ଯାତ୍ରା ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା।ମହାକାଶରେ ତାଙ୍କର ସଫଳତା ବ୍ୟତୀତ, ଶୁକ୍ଲା ଜଣେ ଅତ୍ୟନ୍ତ ଅଭିଜ୍ଞ ଲଢ଼ୁଆ ପାଇଲଟ୍ ଯିଏ 2,000 ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରଖିଛନ୍ତି। ସେ Su-30 MKI, MiG-21, MiG-29, Jaguar, Hawk, Dornier ଏବଂ An-32 ସମେତ ବିଭିନ୍ନ ପ୍ରକାରର ବିମାନ ଉଡ଼ାଇଛନ୍ତି, ଯାହା ଭାରତୀୟ ବାୟୁସେନାରେ ଏକ ଅସାଧାରଣ ବୃତ୍ତିଗତ ରେକର୍ଡ ପ୍ରଦର୍ଶନ କରିଛି।ଅଶୋକ ଚକ୍ର ସହ ରାଷ୍ଟ୍ରପତି ତିନୋଟି କିର୍ତ୍ତୀ ଚକ୍ର ପୁରସ୍କାର ପ୍ରଦାନ ପାଇଁ ନା ଘୋଷଣା କରିଛନ୍ତି।




