ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ସୋସିଆଲ ମିଡିଆ ବ୍ଯାନ କଲେ ଫ୍ରାନ୍ସ ସରକାର

 ଭୁବନେଶ୍ୱର ,ଫ୍ରାନ୍ସର ଅଧ୍ୟୟନଗୁଡ଼ିକ ସାମାଜିକ ଗଣମାଧ୍ୟମର ବ୍ଯବହାର କରୁଥିବା ବ୍ଯକ୍ତିଙ୍କ ଭିତରେ ଦେଖାଯାଉଥିବା କିଛି ଆଚରଣ ପରିବର୍ତ୍ତନ ବାବଦରେ ସେ କହିଛନ୍ତି ଯେ  ସୋସିଆଲ ମିଡିଆ ବ୍ୟବହାର କରୁଥିବା ପିଲା ନିଜକୁ କ୍ଷତି ପହଞ୍ଚାଇବା, ନିଶାଦ୍ରବ୍ୟ ବ୍ୟବହାର ଏବଂ ଆତ୍ମହତ୍ୟା ଚିନ୍ତାଧାରା ସମେତ ବିପଦପୂର୍ଣ୍ଣ ଆଚରଣ ସବୁ ଆପଣାଉଛନ୍ତି।ଅନେକ ପରିବାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି, ଦାବି କରିଛନ୍ତି ଯେ  ସୋସିଆଲ ମିଡିଆ ବ୍ଯବହାର ଫଳରେ ପିଲାଙ୍କ ମାନସିକତା ଉପରେ ଅନେକ ପ୍ରଭାବ ପଡୁଛି।ଅନ୍ଯପଟେ ୟୁକେ ମଧ୍ୟ ସୋସିଆଲ ମିଡିଆ ବ୍ଯାନ କରିବା ନେଇ ସୂଚନା ଦେଇସାରିଛି। ଏପିରିକି ଅଷ୍ଟ୍ରେଲିଆ ମଧ୍ୟ ଏଦିଗରେ ପଦକ୍ଷେପ ନେଇସାରିଛି। ଅଷ୍ଟ୍ରେଲିଆରେ ପୂର୍ବରୁ ସମାନ ପଦକ୍ଷେପ ନିଆଯାଇଛି, ଯେଉଁଠାରେ 16 ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଲକ୍ଷ ଲକ୍ଷ ପିଲାଙ୍କ ଆକାଉଣ୍ଟକୁ ହଟାଇ ଦିଆଯାଇଥିଲା।ଶେଷରେ ସୋସିଆଲ ମିଡିଆ ବ୍ଯାନ କଲେ ଫ୍ରାନ୍ସ ସରକାର। 15 ବର୍ଷରୁ କମ ବୟସର ପିଲାଙ୍କୁ ସୋସିଆଲ ମିଡିଆ ବ୍ଯବହାର ନ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା।ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ 15 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଇନଗତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ଘୋଷଣା କରିଛନ୍ତି।

Related Articles

Back to top button