
ଭୁବନେଶ୍ୱର , ଜଣେ ଭକ୍ତ ଶନିବାର କ୍ୟାମେରାଯୁକ୍ତ ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯାଇଥିବା ବେଳେ, ସନ୍ଦେହ ହେବାରୁ ଯାଞ୍ଚ କରାଯାଇଥିଲା।
ଯୁବକଜଣକ ଝାଡ଼ଖଣ୍ଡର ହଜାରିବାଗ ଜିଲା ବାଦାମ ବଜାରର ସାଗର ଖଣ୍ଡେଲୱାଲ।
ତା’ ନିକଟରୁ କ୍ୟାମେରାଯୁକ୍ତ ଚଷମା ଜବତ କରାଯିବା ସହ ଶ୍ରୀମନ୍ଦିର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବେଳେ କଡ଼ାକଡ଼ି ଯାଞ୍ଚ ହେବାର, ଆବଶ୍ୟକତା ରହିଛି ବୋଲି ଜଗନ୍ନାଥପ୍ରେମୀ ଦାବି କରିଛନ୍ତି।
ଶତାଧିକ ପୁଲିସ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ମୁତୟନ ଥାଇ ବି, ବାରମ୍ବାର ଏଭଳି ଘଟଣା ଘଟିବାକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ ପ୍ରକାଶ କରୁଛନ୍ତି।




