ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଫେବୃଆରୀ ୧୫ରେ ମହାଶିବରାତ୍ରି; ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୧୦/୦୨/୨୦୨୬ :ଆସନ୍ତା ଫେବୃଆରୀ ୧୫ ତାରିଖରେ ସାରା ରାଜ୍ୟରେ ମହାସମାରୋହରେ ମହାଶିବରାତ୍ରି ବା ଜାଗର ମେଳା ପାଳିତ ହେବ। ଚଳିତ ବର୍ଷ ଜାଗର ତିଥିକୁ ନେଇ ରହିଥିବା ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ସୁପରଭାଇଜର। ସୂଚନା ଅନୁଯାୟୀ, ଯେଉଁ ଦିନ ଚତୁର୍ଦ୍ଦଶୀ ତିଥିରେ ବେଢ଼ା ପରିକ୍ରମା ପଡ଼ିଥାଏ, ସେହି ଦିନ ହିଁ ମହାଶିବରାତ୍ରି ପାଳନ କରାଯିବାର ବିଧି ରହିଛି। ସେହି ଅନୁସାରେ ୧୫ ତାରିଖରେ ଏହି ପର୍ବ ପାଳନ କରାଯିବା ସହ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ମହାଶିବରାତ୍ରି ପାଇଁ ରାଜ୍ୟର ଗାଁଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଶୈବପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି। ପ୍ରସିଦ୍ଧ ଶୈବପୀଠଗୁଡ଼ିକରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି ଅବସରରେ ମନ୍ଦିରଗୁଡ଼ିକରେ ନାମଯଜ୍ଞ, ଭଜନ ସନ୍ଧ୍ୟା ଏବଂ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

Related Articles

Back to top button