ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତି

ଜମି ପଟ୍ଟାରେ ଲାଗିବ QR କୋଡ୍

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଏଣିକି ଜମି ପଟ୍ଟା ହେବ ସ୍ମାର୍ଟ । ଜଣାପଡିବ ପଡିବ ଜମିର ୧୦୦ ବର୍ଷର ଇତିହାସ । କାରଣ ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଜମି ପଟ୍ଟାଗୁଡ଼ିକରେ ଇଲୋକ୍ଟ୍ରୋନିକ୍ସ ଚିପ୍ ଲଗାଯିବାର ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ QR କୋଡ୍ ପଟ୍ଟା ।

ଲାଗିବାକୁ ଥିବା QR କୋଡ୍ ସ୍କାନ୍ କଲେ ଜମିର ସମସ୍ତ ବିବରଣୀ ଜାଣିହେବ । ଏ ନେଇ ଆଜି ବଡ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।ଏହି ବ୍ୟବସ୍ଥା ଦ୍ୱାରା ଜମି କିଣାବିକାରେ ଆଉ ଠକେଇ ହୋଇପାରିବନି । ଠକାମୀ ଉପାୟରେ ଜମି କିଣାବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RI ଜାଣିପାରିବେ ବୋଲି ସେ କହିଛନ୍ତି ।

Related Articles

Back to top button