ଓଡ଼ିଶା

୧୧୨ ଡାଏଲ କଲେ ମିଳିବ ୩ଟି ସେବା ଅଗ୍ନିଶମ, ଆମ୍ବୁଲାନ୍ସ ଓ ପୋଲିସ

କଟକ() ଗୋଟିଏ ନମ୍ବରରେ କଲ କଲେ ମିଳିବ ୩ ଟି ସେବା । ଅଗ୍ନିଶମ, ଆମ୍ବୁଲାନ୍ସ ଓ ପୋଲିସ ସେବା ପାଇଁ ଏଣିକି ଗୋଟିଏ ନମ୍ବରକୁ କଲ କଲେ ଏହି ୩ ଟି ସେବା ମିଳିବ । ୧୧୨କୁ ଡାଏଲ କରିଲେ ଏହି ସେବା ଉପଲବ୍ଧ ହେବ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦ ଟି ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ଏହି ସେବା ସୋମବାରଠାରୁ ଶୁଭାରମ୍ଭ କରାଯାଇଛି । ଓଏମ୍ପି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଏହାର ଶୁଭାରମ୍ଭ କରାଯାଇଛି।ରାଜ୍ୟ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି ।

ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୬ ଟି ଗାଡି ପ୍ରଦାନ କରାଯାଇଛି। ତେବେ ଏହା ସାଧାରଣ ଲୋକଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ସ୍ୱତନ୍ତ୍ର ଡିଜି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com