ଜାତୀୟରାଜନୀତି

ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ , ୧୯ରେ ନାମାଙ୍କନ ପତ୍ର ଦାଖଲ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୬ରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ ଆୟୋଗ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି  । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ଶେଷ ହେବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ଜାରି କରାଯିବ। ଏଥି ସହିତ ଜୁଲାଇ ୧୯ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରାଯିବ।  ଜୁଲାଇ ୨୦ରେ ନାମାଙ୍କନପତ୍ରର ଯାଞ୍ଚ କରାଯିବା ସହିତ ଜୁଲାଇ ୨୨ ମଧ୍ୟ‌ରେ ଆବେଦନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଯଦି ମତଦାନ  ଆବଶ୍ୟକ ହୁଏ, ତେବେ ଅଗଷ୍ଟ ୬ରେ ଭୋଟ୍ ଦିଆଯିବ। ମତଦାନ ସମୟ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ହେବ। ମତଦାନ ଦିନ ହିଁ ଭୋଟ ଗଣତି ମଧ୍ୟ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com