ଓଡ଼ିଶା

ପ୍ରାର୍ଥୀ ଚୟନରେ କ˚ଗ୍ରେସ ଆଗୁଆ, ପେଡ଼ି ଖୋଲୁଛି ବିଜେଡି; ପଛରେ ପଡ଼ିଲା ବିଜେପି

କେନ୍ଦ୍ରାପଡ଼ା() ପଞ୍ଚାୟତ ନିର୍ବାଚନ ପ୍ରାର୍ଥିପତ୍ର ଦାଖଲକୁ ଦୁଇ ଦିନ ବିତିଲାଣି। ୨୨ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ବାକି ଅଛି ଆଉ ଚାରି ଦିନ । ବିଜେଡି ଓ କଂଗ୍ରେସ ଟିକେଟ୍‌ରୁ ଜିଲ୍ଲା ପରିଷଦ ଲଢ଼ିବା ପାଇଁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କଲେଣି। ଆଜି ସୁଦ୍ଧା କଂଗ୍ରେସରୁ ତିନି ଏବଂ ବିଜେଡିରୁ ଦୁଇ ଜଣ ନାମାଙ୍କନପତ୍ର ଦାଖଲ କରି ସାରିଲେଣି। ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବିଜେପିରୁ ଜଣେ ହେଲେ କେହି ଗତ ଦୁଇ ଦିନ ଭିତରେ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଯେତେବେଳେ ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ଆରମ୍ଭ କରିଦେଲେଣି, ସେତେବେଳେ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି ପ୍ରାର୍ଥିପତ୍ର ଦାଖଲ ତ’ ଦୂରର କଥା ଆନୁଷ୍ଠାନିକ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନପାରିବା ସୂଚାଇ ଦେଉଛି ଯେ ଶାସକ ବିଜେଡି ଓ କଂଗ୍ରେସ ତୁଳନାରେ ପ୍ରାର୍ଥୀ ଚୟନରେ ଦଳ କେତେ ପଛରେ ପଡ଼ି ଯାଇଛି। କଂଗ୍ରେସ ଏକମାତ୍ର ଦଳ ଭାବେ ପ୍ରଥମେ ୨୪ଟି ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୭ନମ୍ବର ଜୋନ୍‌କୁ ଛାଡ଼ି ଆଉ ୭ଟି ଜୋନ୍‌ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୯ ନମ୍ବର ଜୋନ୍‌ରୁ ପୁଷ୍ପାଞ୍ଜଳି ନାୟକ, ୧୦ରୁ ସୁବାସ ଚନ୍ଦ୍ର ସାମଲ, ୧୧ରୁ ଅନ୍ନପୂର୍ଣ୍ଣା ପୃଷ୍ଟି, ୧୨ରୁ ସସ୍ମିତା ଜେନା, ୧୩ରୁ ଅନସୂୟା ଦାସ ଏବ˚ ୧୪ରୁ ନିର୍ମଳ ଚରଣ ଜେନାଙ୍କ ନାଁ ଜିଲ୍ଲାପରିଷଦ ପ୍ରାର୍ଥୀ ରୂପେ ଘୋଷଣା କରିଛି କ˚ଗ୍ରେସ। ବିଜେଡିରୁ ଆଳି ନିର୍ବାଚନମଣ୍ତଳୀର ୧ନମ୍ବର ଜୋନ୍‌ରୁ କନକଲତା ବେହେରା ଏବ˚ ୨ ନମ୍ବରରୁ ଭୀଷ୍ମ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଥିଲେ ମଧୢ ଦଳ ଏଯାଏ କାହାରିକୁ ବିଧିବଦ୍ଧ ଭାବେ ଦଳୀୟ ଟିକେଟ୍‌ ଦେଇ ନଥିବା ସୂଚନା ମିଳିଛି। ଯାଞ୍ଚ ପୂର୍ବରୁ ସବୁ ପ୍ରାର୍ଥୀ ଦଳୀୟ ଟିକେଟ୍‌ ଦାଖଲ କରିବେ ବୋଲି କୁହାଯାଉଛି। ଆଳି, ରାଜନଗର ଏବ˚ ମହାକାଳପଡ଼ା ନିର୍ବାଚନମଣ୍ତଳୀରେ ପ୍ରାର୍ଥୀ ଚୟନକୁ ନେଇ ସେଭଳି ସମସ୍ୟା ଉପୁଜି ନଥିବା ଦଳୀୟ ମହଲରୁ ଶୁଣିବାକୁ ମିଳିଛି। ବିଧାୟକଙ୍କ ସୁପାରିସକୁ ହିଁ ଏହି ନିର୍ବାଚନମଣ୍ତଳୀରେ ଚୂଡ଼ାନ୍ତ ବୋଲି ଧରି ନିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com