Breaking NewsFeaturedରାଜନୀତି

ତେଲଙ୍ଗନା ନିର୍ବାଚନ: କାର ଭିତରୁ ଜବତ ହେଲା ନଗଦ କୋଟି କୋଟି ଟଙ୍କା । ଉଠିଲା ପ୍ରଶ୍ନ ।

ପାଖେଇ ଆସୁଛି ତେଲଙ୍ଗନା ବିଧାନସଭା ନିର୍ବାଚନ । ଏନେଇ ଜୋର ଦାର ଚାଲିଛି କାମ୍ପେନ । ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି ସବୁ ଦଳର ନେତା ଓ କର୍ମୀ । ଅନେକ ସମୟରେ ବିଭିନ୍ନ ଲୋଭନୀୟ ଅଫର ସହ ଟଙ୍କା, ମଦ ବଂଟାଯିବାର ବି ନଜିର ରହିଛି । ଏମିତି ନିର୍ବାଚନ ସମୟରେ ପୁଳା ପୁଳା ଟଙ୍କା ବି ଜବତ କରାଯାଇଛି । ଏହି କ୍ରମରେ ତେଲଙ୍ଗନା ମତଦାନକୁ ନଜରରେ ରଖି ସବୁଠି ଚାଲିଛି କଡା ଚେକିଂ । ଏତିକି ବେଳେ ଏକ କାର ଭିତରୁ ମିଳିଛି କୋଟି କୋଟି ଟଙ୍କା । ଗୁରୁବାର ଦିନ ହାଇଦ୍ରାବାଦ ଅନ୍ତର୍ଗତ ଗାଚିବାୱଲି ଅଞ୍ଚଳରେ ଗାଡ଼ି ଯାଞ୍ଚ କରୁଥିବା ପୁଲିସ ଦୁଇଟି କାର୍ ଭିତରୁ ନଗଦ ୫ କୋଟି ଟଙ୍କା ଜବତ କରିଛି। ଏହାସହ ୭ଜଣ ଲୋକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଅଧିକ ତଦନ୍ତ ଲାଗି ଜବତ କରାଯାଇଥିବା ନଗଦ ଅର୍ଥରାଶିକୁ ଆୟକର ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି, ଭିନ୍ନ ଏକ ଘଟଣାରେ ଗୁରୁବାର ଦିନ ହୟାତ୍ନଗର ଥାନା ଅଞ୍ଚଳରୁ ଗୋଟାଏ କାର୍ରୁ ନଗଦ ୨ କୋଟି ଜବତ କରିଛି ପୁଲିସ। ତେବେ ନିର୍ବାଚନ ହେଉଥିବା ୫ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ ୧୭୬୦କୋଟି ଟଙ୍କା ଜବତ କରାଯାଇଥିବା କହିଛନ୍ତି ନିର୍ବାଚନ କମିଶନ ।

ଏଠାରେ କହିରଖୁଛୁ ଯେ, ତେଲଙ୍ଗନା ବିଧାନସଭା ନିର୍ବାଚନ ଆଉ ଏକ ସପ୍ତାହ ଥିବାରୁ ସମଗ୍ର ରାଜ୍ୟରେ ପୁଲିସ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିଛି। ଅକ୍ଟୋବର ୯ ତାରିଖରୁ ଆଚରଣ ବିଧି ଲାଗୁ ହେବା ପରଠାରୁ ପୁଲିସ ଗାଡ଼ି ଯାଞ୍ଚ କରିବା କାର୍ୟ୍ୟ କଡାକଡି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com