ଓଡ଼ିଶା

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର:  ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଗୁରୁବାର ଓଡ଼ିଶା ଛଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ  ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି । ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେଉଛି । ପ୍ରାୟ ଏକ ସପ୍ତାହ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ ବୋଲି ପାଣି ବିଭାଗ ଆକଳନ କରିଛି ।

ସାଧାରଣତଃ ରଜ ପୂର୍ବରୁ ପାର୍କ ମୌସୁମୀ ଏବଂ ରଜ ବେଳେ ସାରା ଓଡିଶା ଅଳ୍ପ ବହୁତେ ଭିଜିଥାଏ । ଏଥର କିନ୍ତୁ ଏହା ଦେଖିବାକୁ ମିଳିନାହିଁ । ଏଭଳିକି କାଳବୈଶାଖୀ ପ୍ରଭାବରେ ଯେତିକି ବର୍ଷା ଅନୁମାନ କରାଯାଉଥିଲା ତାହା ମଧ୍ୟ ହୋଇ ନାହିଁ ।

ଏଣୁ ଓଡିଶାର ଅଧିକାଂଶ ଅଞ୍ଚଳରେ ଏବେ ବି ତାତି ଓ ଗୁଳୁଗୁଳି ଜାରି ରହିଛି । ସ୍ବାଭାବିକ ମୌସୁମୀ ଆସିଲେ ପରିସ୍ଥିତିରେ ପରିବର୍ତ୍ତନ ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com